ବାରିପଦା: ମୟୁରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ଥାନା ପଡିଆବେଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଶାଳ ଗଛ କୁ ଧକ୍କା ଦେଲା ବାଇକ । ରାତି ପ୍ରାୟ ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି । ମୃତକ ଘଣ୍ଟଶ୍ୱର ପାତ୍ର(୨୧), ପି ରମାକାନ୍ତ ପାତ୍ର ର ଘର ମହୁଲଡିହା ଥାନା ଜରକ ପଞ୍ଚାୟତ,ଘଣ୍ଟିଆଦର ଗାଁ ରେ ବୋଲି ଜଣାପଡିଛି । ଘଣ୍ଟଶ୍ୱର ଓ ତାର ମା ମାମୁଘର କେନ୍ଦୁଝର ଜିଲ୍ଲା,ସାହାରପଡା ବ୍ଲକ,କମାରମରା ଗାଁ ରେ ଦିର୍ଘ ଦିନ ହେବ ରହୁଥିଲେ। ଗତକାଲି ୨୨ ତାରିଖ ସନ୍ଧ୍ୟାରେ ଠାକୁରମୁଣ୍ଡା ମେଳା ବୁଲିବା ପାଇଁ ଆସି ୧୧ଟା ବେଳେ କମାରମରା କୁ ଫେରୁଥିବା ବେଳେ ପଡିଆବେଡା ରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ ୧୦୮ ଆମ୍ବୁଲାନ୍ସ ରେ ସେମାନଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଘଂଟଶ୍ୱର କୁ ମୃତ ଘୋଷଣା କରିଥିଲେ। ଠାକୁରମୁଣ୍ଡା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ପଠାଇ ଦୁର୍ଘଟଣା ତଦନ୍ତ କରୁଥିବାର ପ୍ରକାଶ ।
