ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବସ ଷ୍ଟାଣ୍ଡ ରୁ ଦୁଇ ଗୋଟି କଲରା ପତରିଆ ବାଘ ଛାଲ ଜବତ କରିଛି ବାଲିଗୁଡା ବନ ବିଭାଗ ର ସ୍ୱତନ୍ତ୍ର ଟିମ । ଫିରିଙ୍ଗିଆ ଥାନା ରତଙ୍ଗ ଗାଁ ର ବାଘ ଛାଲ ବେପାରୀ ଉତ୍ତମ ମାଝୀ କୁ ଗିରଫ କରିଛି ବନ ବିଭାଗ। ବାଲିଗୁଡା ବସ ଷ୍ଟାଣ୍ଡ ରେ ବାଘ ଛାଲ ବିକ୍ରି ପାଇଁ ସଜବାଜ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ ।ବନ୍ୟପ୍ରାଣୀ ସାମଗ୍ରୀ ର ଅବୈଧ ଦଖଲ ଓ ପରିବହନ ନେଇ ବାଲିଗୁଡା ଏସିଏଫ ଅରୁଣ ସାହୁ ଓ ବାଲିଗୁଡା ରେଞ୍ଜର ଡି. ସୁବାଷ ଚନ୍ଦ୍ର ଙ୍କ ନେତୃତ୍ୱ ରେ ଦୁଇ ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ବାଲିଗୁଡା ପୋଲିସ ଓ ବନ ବିଭାଗ ର ସ୍ୱତନ୍ତ୍ର ଟିମ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପେରସନ କରାଯାଇଥିଲା ।ତେବେ ଫିରିଙ୍ଗିଆ ଅଂଚଳ ରୁ ଦୁଇ ବାଘ ଛାଲ ସାଥିରେ ଆଣି ବାଲିଗୁଡା ବସ ଷ୍ଟାଣ୍ଡ ରେ ଡିଲ ପାଇଁ ଫୋନ ରେ କଥା ହେଉଥିବା ସମୟରେ ହିଁ ସୁରାକ ପାଇ ବନ ବିଭାଗ ଚଢ଼ାଉ କରିଥିଲା । ତେବେ ଏହି ଡିଲ ରେ ଆଉ କାହାର ସମ୍ପୃକ୍ତି ରହିଛି, ଏହି ଘଟଣା ପଛ ର ମାଷ୍ଟର ମାଇଣ୍ଡ କିଏ,ଜବତ ଦୁଇ ବାଘ ଛାଲ କଉଠୁ ଆସିଲା ସେ ନେଇ ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଡିଏଫଓ ଘନଶ୍ୟାମ ମହନ୍ତ ।
