ସାଲେପୁର: ସାଲେପୁର ଥାନା ତଥା ଜପକୁଦ ଫାଣ୍ଡି ଅଧିନ ଜପକୁଦ ବଜାରରେ ଥିବା ଏକ ଜଳଖିଆ ଦୋକାନରେ ଆଜି ଅପରାହ୍ନରେ ଜଳନ୍ତା ଗ୍ୟାସ ଟାଙ୍କି ର ନୋଜଲ୍ ହଠାତ କୌଣସି କାରଣରୁ ବାହାରିପଡ଼ିଥିଲା।ଫଳରେ ଗ୍ୟାସ ର ନିଆଁ ରେ ଦୋକାନ ପରିସର ଜଳିବାକୁ ଲାଗିଥିଲା।ଏହି ଗ୍ୟାସ ନିଆଁରେ ଜଳଖିଆ ଦୋକାନୀ କଟ ର ପା ପଞ୍ଚାୟତ ଗରୁଡ଼ପୁର ଗ୍ରାମର ଦୀନବନ୍ଧୁ ବେହୁରା ( ୪୮) ଗୁରୁତର ଆହତ ହୋଇଥିବା ବେଳେ ପାଖ ପାନ ଦୋକାନୀ ଗରୁଡ଼ ପୁର ଗ୍ରାମର ନିରଞ୍ଜନ ଦାସ ( ୪୧) ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସେହିପରି ଜଳଖିଆ ଦୋକାନରେ ଜଳଖିଆ କିଣୁଥିବା ପ୍ରେମାନନ୍ଦ ବେହୁରା ( ୪୮) ତିଳିଦା ଗ୍ରାମର ରିହାନା ବିବି( ୨୦), ସୁହାନା ବିବି ( ୨୧) ଓ ଆଶ୍ରିଫ ନାମକ ଶିଶୁ ଏହି ଗ୍ୟାସ ନିଆଁ ରେ ଗୁରୁତର ଆହତ ହୋଇଥିବା ଜଣାପଡିଛି।ତେବେ ନିଆଁ ରେ ଜଳୁଥିବା ଗୁରୁତର ଆହତ ମାନଙ୍କ ମଧ୍ୟରୁ ଦୀନବନ୍ଧୁ ଙ୍କ ସହିତ ଅନ୍ୟ ଦୁଇ ଜଣ ଜୀବନ ବିକଳରେ ଜପ କୁଦ୍ ଫାଣ୍ଡି ସମ୍ମୁଖ କେନାଲ ପାଣି କୁ ଡେଇଁ ପଡ଼ିଥିଲେ।ପୋଲିସ ଓ ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।ସୂଚନା ମୁତାବକ ଗୁରୁତର ଆହତ ଦୀନବନ୍ଧୁ ଓ ଶିଶୁ ଟିର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।ତେବେ ଅଗ୍ନିଶମ ବିଭାଗ ଗାଡ଼ି ବିଳମ୍ବ ରେ ପହଞ୍ଚିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଗ୍ୟାସ ନିଆଁ ରେ ଜଳ ଖିଆ ଦୋକାନୀ ଟି ଆଂଶିକ ପୋଡ଼ିଯାଇଥିବା ବେଳେ ଗ୍ୟାସ ଟା ଙ୍କି ର ର ପତ୍ତା ମିଳୁନାହିଁ।ଗ୍ୟାସ ଟା ଙ୍କୀ କୁ କେହି କେନାଲ ପାଣି କୁ ଫିଙ୍ଗି ଦେଇଥିବା କୁହାଯାଉଛି।

ଘଟଣା ସ୍ଥଳରେ ସାଲେପୁର ଆଦର୍ଶ ଥାନା ଅଧିକାରୀ ମହେଶ୍ୱର ବେହେରା,ଜପ କୁଦ୍ ଫାଣ୍ଡି ଅଧିକାରୀ ଶେଷଦେବ ରାଜ ପ୍ରମୁଖ ପହଞ୍ଚି ଘଟଣାର ଜୋରଦାର ତଦନ୍ତ ଚଳାଇଛନ୍ତି।ଅପରପକ୍ଷେ ଅଇ ଆଇ ସି ଶ୍ରୀ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ସାଲେପୁର ଆଦର୍ଶ ଥାନା ର ଏକ ଟିମ୍ କଟକ ବଡ଼ ଡାକ୍ତରଖାନାକୁ ଯାଇ ଆହତ ଓ ଗୁରୁତର ଙ୍କ ଅବସ୍ଥା ପଚାରି ବୁଝିଥିବା ଜଣାଯାଇଛି।ଗ୍ୟାସ ଟାଙ୍କି ଅଘଟଣ ଘଟଣାରେ ଟାଙ୍ଗୀ – ସାଲେପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ହରିବନ୍ଧୁ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କର ଚିକିତ୍ସା ନିମନ୍ତେ ତ୍ୱରିତ ପଦକ୍ଷେପ ନେବା ସହିତ ଆହତ ଙ୍କ ପରିବାର ସହିତ ଆଲୋଚନା କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି।ସେହିପରି ସମାଜସେବୀ ନାରାୟଣ ପତି କଟକ ବଡ଼ ଡାକ୍ତରଖାନାକୁ ଯାଇ ଆହତ ମାନଙ୍କର ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିବା ସହିତ ଦୁଃଖ ପ୍ରକାଶ କରିଛନ୍ତି।ଅପରପକ୍ଷେ ଜଳନ୍ତା ଗ୍ୟାସର ଟାଙ୍କି ରୁ କିପରି ନୋଜଲ ବାହାରିଲା ତାହା ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।ଏହି ଗ୍ୟାସ ଟାଙ୍କି ଡୋ ମେଷ୍ଟିକ ନା କମର୍ସିଆଲ ଥିଲା ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବା ଆବଶ୍ୟକ।ସାଲେପୁର ଅଞ୍ଚଳରେ ଅନେକ ଦୋକାନରେ କମର୍ସିଆଲ ପରିବର୍ତ୍ତେ ଡୋମେଷ୍ଟିକ୍ ଗ୍ୟାସ ଟା ଙ୍କି ବ୍ୟବହାର କରୁଥିବା ଜଣାଯାଇଛି।ତେବେ ଦୋକାନୀ ମାନଙ୍କୁ ଅଞ୍ଚଳର କେଉଁ ଗ୍ୟାସ ଏଜେନ୍ସି କିପରି ପ୍ରଦାନ କରୁଛି ତାହା ମଧ୍ୟ ତଦନ୍ତ ସାପେକ୍ଷ। ଅଞ୍ଚଳରେ ଚୋରାରେ ବହୁ ସଂଖ୍ୟାରେ ଡୋ ମେ ଷ୍ଟିକ୍ ଗ୍ୟାସ ଚଢ଼ା ଦର ରେ ବିକ୍ରୟ ହେଉଥିବା ଅଭିଯୋଗ ହେଉଛି।
