ମୁମ୍ବାଇ: ପ୍ରାରମ୍ଭିକ ବ୍ୟାଟର ରାୟନ ରିକେଲ୍ଟନ ଏବଂ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଣ୍ଡିଅନ ପ୍ରିମିୟର ଲିଗ୍ (ଆଇପିଏଲ୍) ୧୯ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଛି। ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଦିଆଯାଇଥିବା ୨୨୧ ରନ୍ ଟାର୍ଗେଟକୁ ୧୯.୧ ଓଭରରେ ୪ଟି ୱିକେଟ୍ ହରାଇ ପୂରା କରିଛି। ମୁମ୍ବାଇ ଦଳ ଏହି ମ୍ୟାଚ୍ରେ ୨୨୪ ରନ୍ ସଂଗ୍ରହ କରିବା ସହିତ ୬ ୱିକେଟ୍ରେ ବିଜୟ ହାସଲ କରିଛି। ରାୟନ ରିକେଲ୍ଟନ ଦଳ ପାଇଁ ସର୍ବାଧିକ ୮୧ ରନ୍ ସଂଗ୍ରହ କରିଥିଲେ। ସେ ୪୩ଟି ବଲ୍ ଖେଳି ୪ଟି ଚୌକା ଏବଂ ୮ଟି ଛକା ମାରିଥିଲେ। ସେହିପରି ରୋହିତ ଶର୍ମା ୩୮ଟି ବଲ୍ ଖେଳି ୬ଟି ଚୌକା ଏବଂ ୬ଟି ଛକା ମାରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ରୁ ୧୬ ରନ୍ ଅମଳ ହୋଇଥିଲା। ସେ ୮ଟି ବଲ୍ ଖେଳି୩ଟି ଚୌକା ମାରିଥିଲେ। ଟସ୍ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ କୋଲକାତା ବ୍ୟାଟିଂ କରିବାକୁ ଆସିଥିଲା। ଅତିଥି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୨୨୦ ରନ୍ ସଂଗ୍ରହ କରିଥିଲା। ଯେତେବେଳେ ନେଟ୍ ରନ୍ ହାର କ୍ରମାଗତ ଭାବରେ ହ୍ରାସ ପାଉଥିଲା ଏବଂ କୋଲକାତା ଉପରେ ଚାପ ବଢ଼ୁଥିଲା ଏହି ସମୟରେ ରହାଣେଙ୍କୁ ଆଉଟ୍ ହୋଇଥିଲେ। ରହାଣେଙ୍କୁ ଶାର୍ଦ୍ଦୁଳ ଠାକୁର ଆଉଟ୍ କରିଥିଲେ। ରହାଣେ ୪୦ଟି ବଲ୍ ଖେଳି ୩ଟି ଚୌକା ଏବଂ ୫ଟି ଛକା ବଳରେ ୬୭ ରନ୍ କରିଥିଲେ। କୋଲକାତା ତୃତୀୟ ୱିକେଟ୍ ସୁଦ୍ଧା ୧୪୫ ରନ୍ ସଂଗ୍ରହ କରିଥିଲା। ରାହାଣେଙ୍କ ପୂର୍ବରୁ ଶାର୍ଦ୍ଦୁଳ ଠାକୁରଙ୍କ ଦ୍ୱାରା କ୍ୟାମେରନ୍ ଗ୍ରିନ୍ ଆଉଟ୍ ହୋଇଥିଲେ। ସେ ବଲ୍କୁ ଅଫ୍ ସାଇଡ୍ ଖେଳି ଶେରଫେନ୍ ରଥରଫୋର୍ଡଙ୍କହାତରେ କ୍ୟାଚ୍ ହୋଇଥିଲେ। ଗ୍ରିନ୍ ୧୦ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ୧୮ ରନ୍ ସଂଗ୍ରହ କରିଥିଲେ। ପାୱାରପ୍ଲେ ସମୟରେ କୋଲକାତା ନାଇଟ୍ ରାଇଡର୍ସକୁ ଭଲ ବ୍ୟାଟିଂ କରିଥିଲା। ଜିଙ୍କ୍ୟ ରହାଣେ ଏବଂ ଫିନ୍ ଆଲେନ୍ ୬୯ ରନ୍ର ଭାଗୀଦାରୀ ସହିତ ଦଳକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ। ଫିନ୍ ଆଲେନ୍ ୩୭ ରନ୍ କରିଥିଲେ। ପାୱାରପ୍ଲେର ଶେଷ ଓଭରର ଦ୍ୱିତୀୟ ବଲ୍ରେ ଫିନ୍ ଆଲେନ୍ ଏକ ବଡ଼ ସଟ୍ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୀମାରେ ଠିଆ ହୋଇଥିବା ତିଲକ ବର୍ମା ଏକ ସରଳ କ୍ୟାଚ୍ ନେଇଥିଲେ। ଯୁବ ବ୍ୟାଟର ରିଙ୍କୁ ସିଂହ ଅପରାଜିତ ୩୩ ରନ୍ ସଂଗ୍ରହ କରିଥିବା ବେଳେ ସେ ୨୧ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ। ରମଣଦୀପ ସିଂହ ଅପରାଜିତ ରହି ୪ଟି ବଲ୍ରୁ ୪ ରନ୍ ସଂଗ୍ରହ କରିଥିଲେ।
