ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୬ ଆରମ୍ଭ ହୋଇଯାଇଛି । ଗତକାଲି ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚରେ ଆରସିବି ଜବରଦସ୍ତ ବିଜୟ ହାସଲ କରିଛି । ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । ଏହାରି ମଧ୍ୟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭାଇରଲ ହେଉଥିବା ଭିଡିଓରେ ଆଇପିଏଲ ମ୍ୟାଚ୍ ପାଇଁ ଅନୁଷ୍କା ବିରାଟଙ୍କୁ ସପୋର୍ଟ କରିବାକୁ ସେଠାରେ ପହଞ୍ଚିଥିଲେ । ମ୍ୟାଚ୍ ଜିତିବା ପରେ ବିରାଟ ଖୁସିରେ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ । ଅନୁଷ୍କା ମଧ୍ୟ ବିରାଟଙ୍କୁ ଫ୍ଲାଇଂ କିସ୍ ଦେଇଥିଲେ । ଏହା ପରେ ଅନୁଷ୍କା ହସୁଥିବାର ନଜର ଆସିଥିଲେ । ଯାହା ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହାରି ମଧ୍ୟରେ ଅନୁଷ୍କାଙ୍କୁ ଫ୍ଲାୱାର ପ୍ରିଣ୍ଟ ଟପ୍ ସହିତ ବେକରେ ତୁଳସୀ ମାଳା ପକାଇଥିବାର ନଜର ଆସିଥିଲେ । ତାଙ୍କ ହାତରେ ବ୍ରେସଲେଟ୍ ଦେଖିବାକୁ ମଧ୍ୟ ମିଳିଥିଲା । ଯାହା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଯଦି ଅନୁଷ୍କାଙ୍କ ଫିଲ୍ମ କ୍ୟାରିଅର କଥା କୁହାଯାଏ ତେବେ ସେ ଶେଷ ଥର ପାଇଁ ୨୦୨୮ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ‘ଜିରୋ’ରେ ଦେଖିବାକୁ ମିଳିଥିଲେ । ଯେଉଁଥିରେ ଶାହରୁଖ ଖାନ୍ ଏବଂ କ୍ୟାଟ୍ରିନା କୈଫ୍ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମଟି ଫ୍ଲପ୍ ହୋଇଥିଲା । ସେବେଠାରୁ ଅନୁଷ୍କାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । ସେ କେବଳ ୨୦୨୨ରେ ନିର୍ମିତ ନେଟଫ୍ଲିକ୍ସ ଫିଲ୍ମ “କାଲା”ରେ ଏକ କ୍ୟାମିଓ କରିଥିଲେ, ଯାହାକୁ ସେ ପ୍ରଯୋଜନା କରିଥିଲେ ।
