ପୁରୀ: ଓଡିଆ ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଆଦିକଳା ମହୋତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଶନିବାର ଉଦଯାପିତ ହୋଇଯାଇଛି । ଏଥିରେ ସର୍ବଭାରତୀୟ ଆର୍ଟ କଲଚରାଲ କମିଟିର ସାଧାରଣ ସମ୍ପାଦକ ଡ.ଉପେନ୍ଦ୍ର କୁମାର ଶର୍ମା ଅଧ୍ୟକ୍ଷତା ଓ ସଂଯୋଜନା କରିଥିଲେ । ଏଥିରେ ମୁଖ୍ଯ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା, ସମ୍ମାନିତ ଅତିଥ ଭାବେ ଟାଉନଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ଯାତ୍ରାର ଜଗତର ଡ.ସମରେନ୍ଦ୍ର ପଣ୍ଡା,ଡ.ନିରଞ୍ଜନ ସ୍ୱାଇଁ, ରାଜେନ୍ଦ୍ର ପତି, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶ୍ୱିନ ଅମିତାଭ ଦାସ ଓ ଡ. ଅର୍ପିତା ଚାଟାର୍ଜୀ ପ୍ରମୁଖ ଯୋଗଦେଇ ଆଦିକଳା ଓ ଉତ୍କଳୀୟ କଳା ସଂସ୍କୃତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ଡ.ଚୈତନ୍ୟ ପାଇକ ଏଥିରେ ସଭାପତିତ୍ୱ କରିଥିଲେ ।ଭାରତର ବିଭିନ୍ନ ରାଜ୍ୟରୁ ବିଭିନ୍ନ ନୃତ୍ୟଶିଳ୍ପୀ ଯୋଗ ଦେଇଥିଲେ । ଓଡ଼ିଶୀ ସମ୍ବଲପୁରୀ,ଭୋଜପୁରୀ, କଥକ ଓ ଭାରତନାଟ୍ୟମ ନୃତ୍ଯ ପରିବେଷଣ କରାଯାଇଥିଲା । ବାଙ୍ଗଲାଦେଶ, ଭୂଟାନ ଓ ନେପାଳରୁ ଆସିଥିବା ନୃତ୍ୟଶିଳ୍ପୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଐତିହ୍ଯ ସମ୍ପର୍କରେ ବୁଝିଥିଲେ । ନାଟ୍ୟ ନିର୍ଦ୍ଦେଶକ ଭରତ ନାୟକ, ରାମକୃଷ୍ଣ ମହାପାତ୍ର, କଳା ନିର୍ଦ୍ଦେଶକ ଶରତ ମହାନ୍ତି, ସବିତା ହରିଚନ୍ଦନ, ତୁଷାରକାନ୍ତ ବେହେରା, ହିମାଂଶୁ ମଲ୍ଲିକ ଓ ନିରୁପମା ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ ।
