ପୁରୀ : ଜିଲ୍ଲା ପ୍ରଶାସନ(ଜିଲ୍ଲା ସଂସ୍କୃତି ପରିଷଦ),ପୁରୀ ଓ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡିଶା, ପୁରୀଙ୍କ ସହଭାଗୀତାରେ ୟୁଥ ହଷ୍ଟେଲ ପରିସରରେ ଓଡ଼ିଆ ପକ୍ଷ ପାଳନର ଏକାଦଶ ଦିବସ ଅବସରରେ ଅମୃତପିଢ଼ି ସାରସ୍ୱତ ସମାରୋହ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଯେ ଓଡ଼ିଆ ପକ୍ଷ ପାଳନ ଏକ ଚମତ୍କାର ପଦକ୍ଷେପ । ଏହାଦ୍ୱାରା ବର୍ତ୍ତମାନ ର ଯୁବପିଢ଼ି ଆମର ମହାନ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଅବଗତ ହେବା ସହ ନିଜକୁ ଗର୍ବିତ ଅନୁଭବ କରିବେ।ଆମ ଅସ୍ମିତା ର ପ୍ରଚାର ପ୍ରସାର କ୍ଷେତ୍ରରେ ଏହି ଓଡ଼ିଆ ପକ୍ଷ ପାଳନ ଏକ ଉପଯୁକ୍ତ ମାର୍ଗଦର୍ଶିକା ହୋଇ ପାରିବ ବୋଲି ସେ କହିବା ସହ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ ସାହିତ୍ୟ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତଚନ୍ଦ୍ର ବେହେରା କହିଲେ ଓଡ଼ିଆ ପକ୍ଷ ଅପ୍ରେଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ପୁରୀ ଜିଲ୍ଲା ରେ ସରକାର ଙ୍କ ମାର୍ଗଦର୍ଶିକା ଆଧାର ରେ ଦୈନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜିର ଏକାଦଶ ଦିବସର ବିଷୟ ଅନୁସାରେ ଅମୃତ ପିଢି ସାରସ୍ୱତ ସମାରୋହ ରେ ଯୁବପିଢ଼ି ମାନଙ୍କୁ ଉତ୍ସାହିତ ଓ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ସଂଘଟିତ ହୋଇଛି।ଏହା ଏକ ବହୁତ ଭଲ ପଦକ୍ଷେପ ଓ ନୂତନ ସମ୍ଭାବନା କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ସମ୍ମାନିତ ଅତିଥିଭାବେ ଲେଖକ ଲକ୍ଷ୍ମୀଧର ଜେନା, ଆଇନଜୀବୀ ବିନୟ ନୃସିଂହ ମହାପାତ୍ର, କଥାକାର ବଦ୍ରି ମିଶ୍ର, ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସର୍ବାଣୀ ଦାସ । ଆୟୋଜିତ ଆଲୋଚନା ଚକ୍ରରେ ପ୍ରଫେସର ଡକ୍ଟର କାର୍ତ୍ତିକ କୁମାର ଦାସ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ବିଜୟ କୁମାର ପଣ୍ଡା, ବିପିନ ବିହାରୀ ଦଳାଇ, ପଠାଣି ଜେନା, ଯୋଗେଶ୍ୱର ପ୍ରହରାଜ, ଶୁଭଶ୍ରୀ ମହାପାତ୍ର, ବିଶ୍ୱବନ୍ଧୁ ଦାସ, ସନ୍ୟାସୀ ନାୟକ, ଅନନ୍ତ ପ୍ରଧାନ, ମିନତୀ ମିଶ୍ର, ପ୍ରଭାସିନୀ ମିଶ୍ର, ମନସ୍ୱିନୀ ବେହେରା, ଓମପ୍ରସାଦ ମହାନ୍ତି, ରମେଶ ବେହେରା, ବିଚିତ୍ର ରଞ୍ଜନ ମହାପାତ୍ର, ସନ୍ତୋଷିନୀ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ସାହିତ୍ୟିକ ଲକ୍ଷ୍ମୀଧର ଜେନାଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସନ୍ଦୀପ କର୍ମକାର ।
