ବାରିପଦା : କରଞ୍ଜିଆ ବନଖଣ୍ଡ,ସାତକୋଶିଆ ରେଞ୍ଜ ଅଞ୍ଚଳ ରୁ ଶନିବାର ଭୋର ସକାଳେ ଚୋରା ରେ ଯାଉଥିବା ଏକ ଶାଳ ଗଣ୍ଡି ବୋଝେଇ ଭ୍ୟାନ କୁ ବନ କର୍ମଚାରୀ ମାନେ ଜବତ କରିଛନ୍ତି।ଘଟଣାସ୍ଥଳ ରୁ ବନ କର୍ମଚାରୀ ମାନଙ୍କୁ ଦେଖି ଭ୍ୟାନ ର ଡ୍ରାଇଭର ଖସି ପଳାଇ ଯାଇଛନ୍ତି। ଆନନ୍ଦପୁର ଆଡକୁ କାଠ ବୋଝେଇ ହୋଇ ଭ୍ୟାନ ଯୋଗେ ଚୋରାରେ କାଠ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ବନ ବିଭାଗ ସୂଚନା ପାଇ ଥିଲା। ସାତକୋଶିଆ ରେଞ୍ଜ ଅଧିକାରୀ ରବୀନ୍ଦ୍ର ନାଥ ମହାନ୍ତ ଙ୍କ ନେତୃତ୍ୱରେ ଫରେଷ୍ଟର ଗୌତମ ମହାନ୍ତ,ଫରେଷ୍ଟ ଗାର୍ଡ ସନତ କୁମାର ମହାନ୍ତ ପ୍ରମୁଖ ସକାଳ ୫ ଟା ସମୟରେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ସାତକୋଶିଆ ହାଟ ଛକ ନିକଟରୁ କାଠ ଗଣ୍ଡି ବୋଝେଇ ଓଆର ୦୪ ପି ୩୧୬୮ ନମ୍ବର ବିଶିଷ୍ଠ ଭ୍ୟାନ କୁ ରାସ୍ତା ଉପରେ ଅଟକାଇ ଥିଲେ।ବନ କର୍ମଚାରୀ ମାନଙ୍କୁ ଦେଖି ଗାଡି ଛାଡି ଭ୍ୟାନ ଡ୍ରାଇଭର ଚମ୍ପଟ ମାରିଥିଲେ।ବନ କର୍ମଚାରୀ ମାନେ କାଠ ବୋଝେଇ ଭ୍ୟାନ କୁ ଜବତ କରି ସାତକୋଶିଆ ରେଞ୍ଜ କାର୍ଯ୍ୟାଳୟ କୁ ଆଣିଥିଲେ।ଏଥିରେ ୪୪.୭୪ ସିଏଫଟି ପରିମାଣ ର ୫ ଗୋଟି ଶାଳ ଗଣ୍ଡି ଥିବାର ଜଣାପଡିଛି।ଏ ସଂକ୍ରାନ୍ତରେ ସାତକୋଶିଆ ରେଞ୍ଜ ରେ କେଶ ନମ୍ବର ୦୧ ରେ ମାମଲା ରୁଜ୍ଜୁ ହୋଇଛି। ବନ ବିଭାଗ ଘଟଣା ର ତଦନ୍ତ କରୁଛି।
