ନୀଳଗିରି: ଶଶୁରଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ। ଶାଶୁ,ପତ୍ନୀ ଓ ପୁଅକୁ ପେଟ୍ରୋଲ ଢ଼ାଳି ମାରିବାକୁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟଲୋକ ସେମାନଙ୍କୁ ଉଦ୍ଧାର କରିବାରୁ ଅଳ୍ପକେ ସେମାନଙ୍କର ଜୀବନ ବଞ୍ଚିଯାଇଛି। ସୂଚନା ଅନୁଯାୟୀ ନୀଳଗିରି ଏନଏସି ତଳକାହାଳିଆ ଗ୍ରାମର ଭାସ୍କର ପାତ୍ରଙ୍କ ପୁଅ ମହେଶ୍ୱର ପାତ୍ର ସନ୍ତରାଗଡିଆ ନିକଟସ୍ଥ କାନପୁର ଗ୍ରାମର ଭାସ୍କର ସ୍ୱାଇଁଙ୍କ ଝିଅ ଜ୍ୟୋତିରାଣୀଙ୍କୁ ୨୦୨୫ମସିହା ଜୁନ ୨ତାରିଖରେ ବୈଦିକ ରୀତିରେ ମନ୍ଦିରରେ ବିବାହ କରିଥିଲେ।ତେବେ ଡ୍ରଗସ୍ ଓ ଗଞ୍ଜେଇ ଭଳି ନିଶାରେ ବୁଡି ରହୁଥିବା ମହେଶ୍ୱର ଅଧିକାଂଶ ସମୟରେ ସ୍ତ୍ରୀ ଜ୍ୟୋତିର୍ମୟୀଙ୍କୁ ନିର୍ଯାତନା ଦେଉଥିବାବେଳେ ବାପଘରୁ ଟଙ୍କା, ସୁନାଗହଣା ଆଣିବାକୁ ନେଇ ମାରଧର କରୁଥିଲେ। ଝିଅର ଦୁଃଖ ସହିନପାରି ମା ଶକୁନ୍ତଳା ବର୍ଷେତଳେ ଝିଅକୁ ଆଣି ଘରେ ରଖିଥିଲେ। ଝିଅ ଆସିବା ସମୟରେ ଅନ୍ତସତ୍ୱା ଥିଲା।ଇତିମଧ୍ୟରେ ଜ୍ୱାଇଁକୁ ବୁଝାସୁଝାକରି ମଧ୍ୟ ଶାଶୁ ନିଜଘରେ ରଖିଥିଲେ। ଶଶୁରଘରେ ରହିବା ସମୟରେ ଅଧିକାଂଶ ସମୟରେ ଗଣ୍ଡଗୋଳ କରିବା ଏପରିକି ନିଶାସେବନ କରୁଥିଲା। କିଛିଦିନ ରହି ପୁନର୍ବାର ଘରକୁ ପଳାଇ ଆସିଥିଲା। ଇତିମଧ୍ୟରେ ୧୮ଦିନ ତଳେ ସ୍ତ୍ରୀ ଜ୍ୟୋତିରାଣୀଙ୍କ ଗର୍ଭରୁ ପୁତ୍ରସନ୍ତାନଟିଏ ଜନ୍ମହୋଇଥିବା ବେଳେ ଆଜି ମହେଶ୍ୱର ଶଶୁରଘରେ ପହଞ୍ଚି ସ୍ତ୍ରୀ, ପୁଅ ଓ ଶାଶୁକୁ ପେଟ୍ରୋଲ ଢ଼ାଳିବା ସହିତ ଗ୍ୟାସଖୋଲି କବାଟବନ୍ଦକରି ମାରିବାକୁ ଉଦ୍ୟମ କରୁଥିବାବେଳେ ଚିତ୍କାରଶୁଣି ସ୍ଥାନୀୟ ଅଂଚଳର ତିନିଜଣ ଲୋକ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାରକରି ନୀଳଗିରି ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ପରେ ଶାଶୁ ଶକୁନ୍ତଳା ନୀଳଗିରି ଥାନାରେ ଉପସ୍ଥିତହୋଇ ଲିଖିତ ଅଭିଯୋଗ କରିବା ପରେ ନୀଳଗିରି ପୋଲିସ ଯୁବକକୁ ଅଟକରଖି ଅଧିକତଦନ୍ତ ଜାରିରଖିଛି।
