ନୂଆଦିଲ୍ଲୀ : ଏଠାରେ ଖେଳାଯାଉଥିବା ମହିଳା କ୍ୟାଣ୍ଡିଡେଟ୍ ଚେସ୍ର ନବମ ରାଉଣ୍ଡ୍ରେ ଭାରତର ଦିବ୍ୟା ଦେଶମୁଖ ନିଜ ଦେଶର ଆର ବୈଶାଳୀଙ୍କୁ ହରାଇ ଶୀର୍ଷରେ ସ୍ଥିର ରହିଛନ୍ତି। ଏବେ ସେ ପୂରା ୯ ପଏଣ୍ଟ ଅର୍ଜନ କରି ଚୀନର ଜିନର ଝୁ’ଙ୍କ ସହ ଯୁଗ୍ମ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାର ଆଉ ୫ ରାଉଣ୍ଡ୍ ଖେଳ ବାକି ଥିବାରୁ ଦିବ୍ୟା ଓ ଜିନରଙ୍କୁ ଶୀର୍ଷ ସ୍ଥାନ ବଜାୟ ରଖିବାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି। ଓପନ୍ ବର୍ଗରେ ଭାରତର ଅନୀଷ ଗିରି ଚମତ୍କାର ପ୍ରଦର୍ଶନ କରି ଆମେରିକାର ଫାବିଆନା କରୁନାଙ୍କୁ ପରାସ୍ତ କରିଛନ୍ତି। ସଂପ୍ରତି ଜାଭୋଖର ସିନ୍ଦ୍ରାଭ ୯ରୁ ୭ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି। ୫.୫ ପଏଣ୍ଟ୍ ସହ ଗିରି ଦ୍ୱିତୀୟ ସ୍ଥାନରେ ଅଛନ୍ତି।
