ଫୁଲବାଣୀ : ଫୁଲବାଣୀ ଏସିଆନ ଗ୍ୟାସ ଡିସଟ୍ରିବୁଟର ଙ୍କପୁଅ ମହମ୍ମଦ ସାହିଲ ଙ୍କୁ କିଛି ଦୁବୃତ୍ତ ନିସ୍ତୁକ ମାଡ଼ ମାରିଥିବା ନେଇ ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ଏତେଲା ଦିଆଯାଇଥିବା ଜଣା ପଡ଼ିଛି। ସୂଚନା ଯୋଗ୍ୟ ୧୩/୩ ରେ ଗ୍ୟାସ ନେଇଥିବା କଞ୍ଜୁମର୍ କୁ ୧୦/୪ ରେ ଦ୍ୱିତୀୟ ଗ୍ୟାସ ଦିଆ ଯାଇ ପାରିବନାହିଁ ୪୫ ଦିନପରେ ଗ୍ୟାସ ଦିଆ ଯାଇପାରିବ ବୋଲି ନିୟମ କଥା କହିବାରୁ ତିନି ଚାରି ଜଣ ଯୁବକ ଆସି ଧକିଆ, ତଣ୍ଟିଆ, ଲାତ ବିଧା ମାରିଲେ ବୋଲି ସାମ୍ବାଦିକ ମାନଙ୍କ ଆଗରେ ସାହିଲ କହିବା ସହ ଥାନାରେ ମଧ୍ୟଏତେଲା ଦେଇଛନ୍ତି ବୋଲି କହିଛନ୍ତି । ଏପଟେ ଚକାଡୋଳା କହଁର ନାମକ ଜଣକ ବ୍ୟକ୍ତି ମଧ୍ୟ ସାହିଲ ନାମରେ ଥାନାରେ କାଉଣ୍ଟର କେସ ଦାଏର କରିଥିବା ଜଣା ପଡ଼ିଛି। ଏ ସମ୍ପର୍କରେ ଫୁଲବାଣୀ ଆଦର୍ଶ ଟାଉନ ଥାନା ଆଇ ଆଇ ସି ଶ୍ରୀମତୀ ରିତମ୍ଭରା ପ୍ରଜ୍ଞା କର ଙ୍କୁ ପଚାରି ବୁଝିବା ରୁ ତଦନ୍ତ କରା ଗଲେ ପରେ କାର୍ଯ୍ୟା ନୁଷ୍ଠାନ ହେବ ବୋଲି ପ୍ରକାଶ କରିଛନ୍ତି। ତେବେ ଗ୍ୟାସ ଡ୍ରିସଟ୍ରିବୁଟର ସାହିଲ କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଁଛି ବୋଲି ପୋଲିସ ସହାୟତା ଲୋଡିଛନ୍ତି। ପୋଲିସ ଆକ୍ସନ ନ ନେଲେ ସେ ଦୋକାନ ଖୋଲିବେ ନାହିଁ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନକୁ ମଧ୍ୟ ସାହିଲ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ସାହିଲ ପୋଲିସ ଓ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଥିବା ବେଳେ ଯୋଗାଣ ଅଧିକାରୀ ଘଟଣା ସମ୍ପର୍କରେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଗ୍ୟାସ ଅଫିସ୍ ଖୋଲିବେ ନାହିଁ ବୋଲି ସାହିଲ ପ୍ରତିବାଦ କରି ଗ୍ୟାସ ଦୋକାନ ବନ୍ଦ କରିଛନ୍ତି। ଲୋକେ ଗ୍ୟାସ ନ ପାଇ ହତାଶ ହୋଇ ଫେରୁଛନ୍ତି। ଅପରପକ୍ଷରେ ଖୋଲା ବଜାର ରେ ଦଲାଲି ଅସାଧୁ ମିନି ବେପାରୀ ୩୫୦୦ ଟଙ୍କା ଚଢା ଦର ରେ ବ୍ଲାକ ରେ ଗ୍ୟାସ ବିକୁଥିବା ଖାଉଟି ଙ୍କ ମଧ୍ୟରେ ଆଲୋଚନା ହେଉଛି । ଯାହା ଫଳରେ କଳା ବଜାରି ଯୋଗୁଁ ସାଧାରଣ ଖାଉଟି ଗ୍ୟାସ କ୍ରୟ କରିପାରୁ ନାହାନ୍ତି
। ଗ୍ୟାସ ମିଳୁ ନଥିବାରୁ ହୋଟେଲ ରେ ଜଳଖିଆ ମିଳୁ ନାହିଁ।
