ରାମମନ୍ଦିର ପରିସରରେ ନମାଜ ପାଠ ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତି ଅଟକ

Spread the love

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ପରିସରରେ ନମାଜ ପଢ଼ିବା ପାଇଁ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ କରିଛି। ତାଙ୍କ ପରିଚୟ ଜଣାପଡ଼ିଛି। ସେ ହେଉଛନ୍ତି କାଶ୍ମୀର ସୋପିଆନ ବାସିନ୍ଦା ଅହମଦ ଶେଖ୍‌। ୫୫ ବର୍ଷୀୟ ଅହମଦ କାଶ୍ମୀର ବେଶପୋଷାକରେ ରାମମନ୍ଦିରର ସୁରକ୍ଷାକୁ ଭେଦ କରି ଦକ୍ଷିଣ ଭାଗସ୍ଥିତ ସୀତା ରୋଷେଇରେ ନମାଜ ପଢ଼ିବା ପାଇଁ ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଏହା ଜାଣିବା ପରେ ତାଙ୍କୁ ଏଥିରୁ ନିବୃତ କରିଥିବାରୁ ଅହମଦ ସ୍ଲୋଗାନ ଦେଇଥିଲେ। ସୁରକ୍ଷା କର୍ମୀ ତୁରନ୍ତ ଅହମଦଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଓ ଗୁଇନ୍ଦା ଅଧିକାରୀ ତାଙ୍କୁ ଅଧିକ ପଚରାଉଚରା କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!