ଇମ୍ଫାଲ: ମଣିପୁରର ଉଖରୁଲ ଜିଲ୍ଲାରେ ପୁଣି ସାନି ହିଂସାକାଣ୍ଡ ଦେଖାଦେଇଛି। ସଶସ୍ତ୍ର ଗୋଷ୍ଠୀ ଲିତାନ ସରେଇଖୋଙ୍ଗ ଗାଁରେ ପଶି ତାଙ୍ଗଖୁଲ ନାଗା ସଂପ୍ରଦାର ୧୭ଟି ଘରକୁ ଜାଳିପୋଡ଼ି ଦେଇଛନ୍ତି। ଫଳରେ ତାଙ୍ଗଖୁଲ ନାଗା ଲୋକମାନେ ଭୟରେ କଙ୍ଗପୋକ୍ପି ଜିଲ୍ଲାକୁ ପଳାଇଛନ୍ତି। ରାଜ୍ୟ ମନ୍ତ୍ରୀ ଗୋବିନ୍ଦ କେନ୍ଥୋଉଜାମ ସ୍ୱୀକାର କରିଛନ୍ତି ଯେ, ଶାନ୍ତି ଉଦ୍ୟମ ସତ୍ୱେ ପରିସ୍ଥିତି ପୂରା ଉତ୍ତେଜେନାପୂର୍ଣ୍ଣ ରହିଛି, ଯାହାକୁ ନିୟନ୍ତ୍ରଣ କରିବା କାଠିକାରପାଠ।
