ଖସିପଡ଼ିଲା ପ୍ରଶିକ୍ଷଣ ବିମାନ; କ୍ୟାପଟେନ ଓ ପ୍ରଶିକ୍ଷାର୍ଥୀ ପାଇଲଟ ଆହତ

Spread the love

ବେଙ୍ଗାଲୁର: କର୍ଣ୍ଣାଟକର ବିଜୟପୁରାରେ ରେଡ୍ ବାର୍ଡ ଆଭିଏସନ ନାମକ ଏକ ଘରୋଇ ବିମାନ ପ୍ରଶିକ୍ଷଣ ସଂସ୍ଥାର ଏକ ଚାର୍ଟର ବିମାନ ରବିବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଏହାର କ୍ୟାପଟେନ୍ ଓ ଟ୍ରେନିଂ ପାଇଲଟ ଆହତ ହୋଇଛନ୍ତି। ପ୍ରତିଦିନ ଭଳି ବିମାନଟି ତାଲିମ ଉଦ୍ଦେଶ୍ୟରେ କଳାବୁରାଗିରୁ ବେଲାଗାଭି ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବିମାନର ଇଂଜିନରେ ତ୍ରୁଟି ଦେଖାଦେବାରୁ ବିମାନଟି ମାଙ୍ଗାଲୁରୁ ଗାଁ ନିକଟରେ ଖସିପଡ଼ିଥିଲା। ଆହତ ଦ୍ୱୟ ହେଲେ କ୍ୟାପ୍‌ଟେନ୍ କୁନାଲ ମାଲହୋତ୍ରା ଏବଂ ପ୍ରଶିକ୍ଷାର୍ଥୀ ପାଇଲଟ୍ ଗୌତମ ଶଙ୍କର ପିଆର। ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!