ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ସେମିକଣ୍ଡକ୍ଟର ଏବଂ ଏଆଇ କ୍ଷେତ୍ରରେ ସହଯୋଗ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନା ସମୟରେ, ଦୁଇ ଦେଶ ସାଂସ୍କୃତିକ, ଅର୍ଥନୈତିକ ଏବଂ ରଣନୈତିକ ସହଯୋଗକୁ ଆହୁରି ଗଭୀର କରିବାକୁ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ମାଲେସିଆ ଗସ୍ତରେ ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ଭାରତମାଲେସିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆଗକୁ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁନ୍ଟ ଭାବରେ ଚିହ୍ନିତ ହୋଇଥିଲା। ଆଲୋଚନାରେ ବାଣିଜ୍ୟ, ନିବେଶ, ଅର୍ଦ୍ଧପରିବାହୀ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ଶକ୍ତି, ନବୀକରଣୀୟ ସମ୍ବଳ, ପର୍ଯ୍ୟଟନ, ସାଂସ୍କୃତିକ ବିନିମୟ, ଡିଜିଟାଲ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଦୁଇ ନେତା ପାରମ୍ପରିକ ଏବଂ ଉଦୀୟମାନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଏକ ସମାନ ଇଚ୍ଛା ପ୍ରକାଶ କରିଥିଲେ।ଗସ୍ତ ସମୟରେ ସୁରକ୍ଷା ସହଯୋଗ, ଜାତିସଂଘ ଶାନ୍ତିରକ୍ଷା ମିଶନରେ ଅଂଶଗ୍ରହଣ, ଅର୍ଦ୍ଧପରିବାହୀ ବିକାଶ, ସ୍ୱାସ୍ଥ୍ୟ ଏବଂ ଔଷଧ, ବିପର୍ଯ୍ୟୟ ପରିଚାଳନା ଏବଂ ଦୁର୍ନୀତି ବିରୋଧୀ ସହଯୋଗ ସମେତ ଅନେକ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ବୁଝାମଣାପତ୍ର ଆଦାନପ୍ରଦାନ କରାଯାଇଥିଲା। ମାଲେସିଆରେ କାର୍ଯ୍ୟରତ ଭାରତୀୟ ଶ୍ରମିକଙ୍କ ପାଇଁ ଅଡିଓ-ଭିଜୁଆଲ ସହଉତ୍ପାଦନ, ବୃତିଗତ ଶିକ୍ଷା ଏବଂ ସାମାଜିକ ସୁରକ୍ଷା ଉପରେ ମଧ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମାଗୁଡ଼ିକ ଦୁଇ ଦେଶ ମଧ୍ୟରେ ସାଂସ୍ଥାଗତ ଏବଂ ବ୍ୟବହାରିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ମୋଦି ମାଲେସିଆ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଥିରୁଭଲ୍ଲୁଭର କେନ୍ଦ୍ର ପ୍ରତିଷ୍ଠା ଏବଂ ଥିରୁଭଲ୍ଲୁଭର ଛାତ୍ରବୃତି ଆରମ୍ଭ କରିବାର ଘୋଷଣା କରିଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ପ୍ରାଚୀନ ତାମିଲ କବି ଏବଂ ଦାର୍ଶନିକ ଥିରୁଭଲ୍ଲୁଭରଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଭାରତ ଏବଂ ମାଲେସିଆ ମଧ୍ୟରେ ସାଂସ୍କୃତିକ ଏବଂ ଲୋକ ସମ୍ପର୍କକୁ ସୁଦୃଢ଼ କରିବା। ଏହା ବ୍ୟତୀତ, ଭାରତ ମାଲେସିଆରେ ଏହାର ପ୍ରଥମ କନସୁଲେଟ ଖୋଲିବାକୁ ନିଷ୍ପତି ନେଇଛି, ଯାହା କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବ ଏବଂ ଭାରତୀୟ ନାଗରିକମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବ। ସ୍ୱାକ୍ଷରିତ ଚୁକ୍ତିନାମା ମଧ୍ୟରେ, ସାଇବରଜୟା ବିଶ୍ୱବିଦ୍ୟାଳୟ ଏବଂ ଓଞଜଇ ଜାମନଗର ମଧ୍ୟରେ ସହଯୋଗ ଉପରେ ଆଲୋକପାତ କରାଯାଇଥିଲା। ଏହି ସହଭାଗୀତା ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧ କ୍ଷେତ୍ରରେ ଗବେଷଣା ଏବଂ ଶୈକ୍ଷିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବ। ଡିଜିଟାଲ ପେମେନ୍ଟ କ୍ଷେତ୍ରରେ, ଘଚଉଓ ଇନ୍ଟରନ୍ୟାସନାଲ ଏବଂ ମାଲେସିଆର ପେନେଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ପେମେନ୍ଟ ପ୍ରଣାଳୀ ବିକଶିତ କରିବା ପାଇଁ ଏକ ଚୁକ୍ତିନାମା ହୋଇଛି, ଯେଉଁଥିରେ ଟଚଓକୁ ସଂହତ କରିବାର ଯୋଜନା ରହିଛି। ଏହା ପର୍ଯ୍ୟଟକ, ଛାତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଶସ୍ତା, ଦ୍ରୁତ ଏବଂ ସହଜ ପେମେନ୍ଟ ଏବଂ ରେମିଟେନ୍ସକୁ ସକ୍ଷମ କରିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ମାଲେସିଆ ଆନ୍ତର୍ଜାତୀୟ ବିଗ କ୍ୟାଟ ଆଲାଏନ୍ସରେ ଯୋଗଦେବା ପାଇଁ ସମସ୍ତ ଔପଚାରିକତା ଶେଷ କରିଛି, ଯାହା ବଡ଼ ବିଲେଇ ସଂରକ୍ଷଣ ଏବଂ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ଆରମ୍ଭ ହୋଇଥିବା ଏକ ପଦକ୍ଷେପ। ଏହା ସହିତ, ଦଶମ ଭାରତ-ମାଲେସିଆ ସିଇଓ ଫୋରମର ରିପୋର୍ଟ ଦୁଇ ପ୍ରଧାନମନ୍ତ୍ରୀଙ୍କୁ ଉପସ୍ଥାପିତ କରାଯାଇଥିଲା। ଏହି ରିପୋର୍ଟ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସହଯୋଗ, ନିବେଶ ବୃଦ୍ଧି ଏବଂ ଆର୍ôଥକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ କରିବ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ମାଲେସିଆ ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି । ଏହି ଗସ୍ତ ସମୟରେ ସେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ବୃଦ୍ଧି ଉପରେ ଧ୍ୟାନ ଦେଇ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଆଣିଛି,ଯାହା ଭାରତ-ମାଲେସିଆ ସମ୍ପର୍କକୁ ଶକ୍ତିଶାଳୀ ପ୍ରଦାନ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!