ତରନତରନ: ପଞ୍ଜାବର ତରନତରନ ଜିଲ୍ଲା ଉସମା ଆଇନ ମହାବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମହାବିଦ୍ୟାଳୟର ଜଣେ ପ୍ରଥମ ବର୍ଷର ଛାତ୍ର କ୍ଲାସରୁମ୍ ଭିତରେ ନିଜର ନିଜର ସହପାଠିନୀଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜକୁ ଗୁଳି ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଆତଙ୍କ ଖେଳାଇ ଦେଇଛି। ନିହତ ଛାତ୍ରୀଜଣଙ୍କ ହେଲେ ସନ୍ଦୀପ କୌର(୨୦)। ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଛାତ୍ରଜଣଙ୍କ ହେଉଛନ୍ତି ପ୍ରିନ୍ସରାଜ ସିଂହ। ଗୁଳିମାଡ଼ରେ ସନ୍ଦୀପଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପ୍ରିନ୍ସରାଜ ନିଜ ମୁଣ୍ଡକୁ ଗୁଳିମାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିହତ ଛାତ୍ରୀ ସନ୍ଦୀପଙ୍କର ମା’ ୬ ଭଉଣୀ ଓ ଜଣେ ସାନଭାଇ ରହିଛନ୍ତି। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ତରନତରନ ଏସ୍ପି ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମହାବିଦ୍ୟାଳୟରେ ନିରାପତ୍ତା ଅନ୍ୟ ପକ୍ଷରେ ମୃତ ଛାତ୍ରୀଙ୍କ ପରିବାର ଲୋକେ ମହାବିଦ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ କରି ଘଟଣା ପାଇଁ ପରିଚାଳନା ମଣ୍ଡଳୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
