କଟକ: ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୩୦୮୨ ସେରରେ ମାଟ୍ରିକ୍ ପରୀକ୍ଷା କରାଯିବ । ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟର ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟରର ସୃଷ୍ଟି କରାଯିବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ବୋର୍ଡ ସଭାପତିଙ୍କ ଅନୁସାରେ, ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଯାହା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ଏନେଇ ୩୦୮୨ ସେଣ୍ଟର ଗୁଡ଼ିକୁ ସିସିଟିଭି ନଜରରେ ରଖାଯିବ ।ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟ ସିସିଟିଭି ନଜରରେ ରହିବ । ତେବେ ପରୀକ୍ଷା ପାଇଁ ୧୦ ଦିନ ପୂର୍ବରୁ ପ୍ରଥମେ ଚାରୋଟି ଜିଲ୍ଲାକୁ ପ୍ରଶ୍ନ ପତ୍ର ପଠାଯିବ । ତେବେ ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କିପରି ପହଞ୍ôଚବ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବୋର୍ଡ ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ, ପରୀକ୍ଷା ସକାଳ ୯ଟାରୁ ସାଢ଼େ ୧୧ଟା ଯାଏ ହେବ। ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ । ୧୯ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି। ଫେବ୍ରୁଆରୀ ୧୯ ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେବେ। ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ, ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା, ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ରହିଛି।
