ପୁରୀ: ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଉପସ୍ଥିତ ଭକ୍ତମାନଙ୍କୁ ନେଇ ଅଲାରନାଥଙ୍କ ମନ୍ଦିର ସାମ୍ନା ମଣ୍ଡପରେ ଶିଶୁ ସୁରକ୍ଷା ସଚେତନତା ଓ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ, ଆଇନ ପରିବିକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ ଚାଇଲ୍ଡ ହେଲ୍ପଲାଇନ ସଂଯୋଜକ କୃଷ୍ଣ ଚନ୍ଦ୍ର ମିଶ୍ର ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନ ଓ ଯୋଜନା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଦସ୍ୟ ଶିଶୁମଙ୍ଗଳ କମିଟି ରମାଶଙ୍କର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର ଏକ ସମ୍ବେଦନଶୀଳ ପ୍ରସଙ୍ଗ ।

ଏହାକୁ ସମସ୍ତେ ଜାଣିବା ଓ କାର୍ଯ୍ୟକାରି କରିବା ଆବଶ୍ୟକ । ଉପସ୍ଥିତ ଅଭିଭାବକ ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୁଇଜ୍ ମାଧ୍ୟମରେ ଶିଶୁ ସୁରକ୍ଷା ଓ ଅଧିକାର ଆଇନ ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡି ସି ପି ୟୁ ର ହରେକୃଷ୍ଣ ସାହୁ, ବିଜୟ କୁମାର ପରିଡା ଓ ଚାଇଲ୍ଡ ହେଲ୍ପଲାଇନର ସୁଶାନ୍ତ ଜେନା ସହଯୋଗ କରିଥିଲେ ।
