ଫୁଲବାଣୀ: ସନ୍ତାନ ହେବା ନିମନ୍ତେ ଗୁଣିଆ ଠାରୁ ଔଷଧ ଖାଇ ଦୁଇ ଦମ୍ପତି ଙ୍କର ମୃତ୍ୟୁ ଘଟଣା ରେ ଗୁଣିଆ ଓ ତାର ସହଯୋଗୀ ଗିରଫ ହୋଇଥିବା ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ ଗୋଛାପଡା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତ ର ନେଡିପଙ୍ଗା ଗ୍ରାମର ସ୍ୱାମୀ କାହ୍ନୁ ଚରଣ କହଁର ସ୍ତ୍ରୀ ଲଳିତା କହଁର ଦୁଇ ଜଣ ବିବାହ କରିବାର ୨୦ ବର୍ଷ ପରେ ମଧ୍ୟ ପିଲାଛୁଆ ନ ହେବାରୁ ଜଣେ ଗୁଣିଆ ପାଖରୁ ପିଲା ଛୁଆ ହେବା ପାଇଁ ଔଷଧ ଖାଇଥିଲେ। ସେହି ଔଷଧ ଖାଇ ପିଲା ଛୁଆ ହେବା ପରିବର୍ତେ ଦମ୍ପତି ଙ୍କର ମୃତ୍ୟୁ ହୋଇଥିଲା। ସେହି ଗୁଣିଆ ତାରି ପାଖରୁ ଚମତ୍କାରୀ ଔଷଧ ଖାଇଲେ ତାଙ୍କର ପିଲା ଛୁଆ ହେବ କହି ମୃତ ଦମ୍ପତି ଙ୍କ ଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ସୁନା ଗହଣା ନେଇ ଔଷଧ ଦେଇଥିଲା। ଦମ୍ପତି ଙ୍କର ଅସହାୟତା ର ସୁଯୋଗ ନେଇ ଗୁଣିଆ ନିଜର ଖରାପ ଉଦ୍ଦେଶ୍ୟ ସାଧନ ପାଇଁ ସେମାନଙ୍କୁ ଚମତ୍କାରୀ ଔଷଧ ଦେବା ଆଳ ରେ ବିଷ ଦେଇଥିଲା । ଗୁଣିଆ ଦମ୍ପତି ଙ୍କ ଠାରୁ ୧ଲକ୍ଷ ଟଙ୍କା ନେଇ ଏକ ନୁଆଁ ହୋଣ୍ଡା ଆକ୍ଟିଭା ସ୍କୁଟି କିଣିଥିଲା। ଗୁଣିଆ ପାଖରୁ ଔଷଧ ନେଇ ଖାଇବା ପରେ ମଧ୍ୟ ଦମ୍ପତି ଙ୍କର ପିଲା ଛୁଆ ଜନ୍ମ ହୋଇନ ଥିଲା। ଯାହା ଫଳରେ ଗୁଣିଆ କୁ କାହ୍ନୁ ଚରଣ ତାଙ୍କର ଦେଇଥିବା ଟଙ୍କା ଫେରାଇ ଦେବା ପାଇଁ କହିଥିଲେ। ଗୁଣିଆ ଅସନ୍ତୋଷ ଓ ଲଜ୍ୟା ଅନୁଭବ କରିଥିଲା। ଏହି ସମୟରେ ଗୁଣିଆ କାହ୍ନୁ ଚରଣ ଙ୍କ ପତ୍ନୀ ଲଳିତା କହଁର ଙ୍କ ସହ ଏକ ଅବୈଧ ସମ୍ପର୍କ ସ୍ଥାପନ କରିଥିଲା। ଗୁଣିଆ ପୂର୍ବରୁ ବିବାହିତ ଥିଲେ ଜଣେ ମହିଳା ଙ୍କ ସହ ରହୁଥିଲେ। ନିଜର ଅସଲ ସତ୍ୟ ଧରାପଡିଯିବ ଏବଂ ଏତେ ଗୁଡାଏ ଟଙ୍କା ଫେରସ୍ତ କରିବାକୁ ପଡିବ। ଏହି ଘଟଣା ରୁ ବର୍ତ୍ତିବା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଉଭୟ ଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଗୁଣିଆ ଫୁଲବାଣୀ ସହର ର ଏକ ଦୋକାନ ରୁ କୀଟ ନାଶକ ବିଷ କିଣିଥିଲା ଏବଂ ୨୫୦ ମି.ଲି ବିଷକୁ ତରଳ ପଦାର୍ଥ ଦେଇଥିଲେ। ସେହି ବିଷ ଖାଇ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। କଟ୍ରିଙ୍ଗିଆ ସରପଞ୍ଚ ଙ୍କ ସ୍ୱାମୀ ସମାଜ ସେବୀ ଘନ କୁମାର ଶବର ସ୍ୱାମୀ ସ୍ତ୍ରୀ ଦୁହେଁକୁ ପ୍ରଥମେ ଚିକିତ୍ସା ପାଇଁ ଫୁଲବାଣୀ ବଡ ମେଡ଼ିକାଲ କୁ ନେଇ ଥିଲେ ସେହି ଠାରେ ଡାକ୍ତର ସେମାନଙ୍କ ଅବସ୍ଥା ଦେଖି ଉନ୍ନତ ଚିକିତ୍ସା ପାଇଁ ଦମ୍ପତି ଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ମେଡ଼ିକାଲ କୁ ପଠାଇ ଥିଲେ। ତା ୨୨/୮ ରିଖ ରେ ସ୍ୱାମୀ ସ୍ତ୍ରୀ ବିଷ ଔଷଧ ଖାଇ ଗୁରୁତର ହୋଇଥିଲେ । ୨୪/୮ ରିଖ ଦିନ ଲଳିତା କହଁର ଙ୍କର ବ୍ରହ୍ମପୁର ମେଡ଼ିକାଲ ରେ ମୁତ୍ଯୁ ହୋଇଥିଲା।

ସ୍ତ୍ରୀ ର ମୃତ୍ୟୁ ପରେ ସ୍ୱାମୀ କାହ୍ନୁ ଚରଣ ଗାଁ କୁ ଫେରି ଆସିଥିଲେ। ତା ୨୫/୮ ରିଖ ଦିନ କାହ୍ନୁ ଚରଣ କହଁର ଙ୍କର ନିଜ ଘରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ କାହ୍ନୁ ଚରଣ କହଁର ସେହି ଗୁଣିଆ ଠାରୁ ଔଷଧ ଖାଇ ଆମେ ସ୍ୱାମୀ ସ୍ତ୍ରୀ ଙ୍କର ଏଭଳି ପରିସ୍ଥିତି ହୋଇଛି ବୋଲି ନିଜର ସମ୍ପର୍କୀୟ ଙ୍କୁ ମୃତ୍ୟୁ କାଳୀନ ଜମାନ ବନ୍ଦୀ ଦେଇଥିଲେ । ଗୋଛା ପଡା ଥାନା ରେ ସେହି ଘଟଣା କୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଫୁଲବାଣୀ ଏସ ଡ଼ି ପି ଓ ଶୁଭ୍ରଜିତ ବିଶ୍ୱାଳ ଏବଂ ଗୋଛା ପଡା ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଙ୍କୁ ନେଇ ଏକ ତଦନ୍ତ ଟିମ ଗଠନ ହୋଇଥିଲା। ପୋଲିସ ତଦନ୍ତ ଜାରି ରଖିଥିଲା ଅଭିଯୁକ୍ତ ଗୁଣିଆ ସ୍ୱାମୀ ସ୍ତ୍ରୀ ର ମୃତ୍ୟୁ ପରେ ନିଜର ମୋବାଇଲ ଫୋନ ବନ୍ଦ କରିଦେଇ ଜଣେ ମହିଳା ସହଯୋଗୀ ସହ ତାମିଲନାଡୁ ଫେରାର ହୋଇଯାଇଥିଲା। ଅଭିଯୁକ୍ତ ଗୁଣିଆ ନାମ ରେ ତାମିଲନାଡୁ ରେ ଦୁଇଟି ବେଆଇନ ଗଞ୍ଜେଇ ଚୋରା ଚାଲାଣ ଜନିତ କେସ ରହିଥିଲା। ଏହି ଗୁଣିଆ ଜଣେ ଗଞ୍ଜେଇ ମାଫିଆ ତାର ପ୍ରକୃତ ନାମ ମିଥୁନ ଦିଗାଲ ନିଜର ନାମ କୁ ବଦଳାଇ ଅନିଲ ପ୍ରଧାନ ନାମରେ ପରିଚିତ ଥିଲା। ଅଭିଯୁକ୍ତ ମିଥୁନ ଦିଗାଲ ଓରଫ ଅନିଲ ପ୍ରଧାନ କୁ ଟଙ୍କା ଓ ପୋଷାକ ଦେଇ ସାହାର୍ଯ୍ୟ କରୁଥିବା ମହିଳା ସହଯୋଗୀ ଯେକି ସେ ଏକ ମର୍ଡର କେସ ରେ ସମ୍ପୃକ୍ତ ଥିଲେ ସେହି ମହିଳା ସହଯୋଗୀ ସିତୟା କହଁର ୫୬ ସହ ଅଭିଯୁକ୍ତ ଗୁଣୁଆ ମିଥୁନ ଦିଗାଲ ଛଦ୍ମ ନାମ ଅନିଲ ପ୍ରଧାନ ତାମିଲନାଡୁ ଚାଲି ଯାଇଥିଲେ। ଗୋଛା ପଡା ଥାନା ପୋଲିସ ତଦନ୍ତ କରି ଅଭିଯୁକ୍ତ ମିଥୁନ ଦିଗାଲ ଓରଫ ଅନିଲ ପ୍ରଧାନ ତାର ସହଯୋଗୀ ମହିଳା ସାଥି କୁ ଗିରଫ କରି ପୂର୍ବରୁ କେସ ନଂ ୧୩୯ ଈଘଝ ଧାରା ୧୨୩/୧୦୫/୩(୫) ଅନୁଯାୟୀ ପରବର୍ତ୍ତୀ ସମୟରେ ଏହାକୁ ଈଘଝ ୧୨୩/୧୦୩(୧)/୨୯୪/୩(୫) ରେ ପରିବର୍ତିତ କରାଯାଇ ଅଭିଯୁକ୍ତ ମିଥୁନ ଦିଗାଲ ଓରଫ ଅନିଲ ପ୍ରଧାନ ୪୨ ରାଇକିଆ ଥାନା ଅନ୍ତର୍ଗତ କଲା ନାଜୁ ଗ୍ରାମର ନରେନ୍ଦ୍ର ଦିଗାଲ ଙ୍କ ପୁଅ ଏବଂ ଗୋଛାପଡା ଥାନା ଅନ୍ତର୍ଗତ ବୃଡି ପଡା ଗ୍ରାମର କିସ୍ମା କହଁର ଙ୍କର ଧର୍ମ ପତ୍ନୀ ୫୬ ସିତୟା କହଁର ଉଭୟ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ ପି ରମେନ୍ଦ୍ର ପ୍ରସାଦ ଏହି ସୂଚନା ଦେଇଥିବା ବେଳେ ଗୁଣିଆ ଠାରୁ ଔଷଧ କେହି ଖାଆନ୍ତୁ ନାହିଁ। ଗୁଣିଆ କଥାରେ ବିଶ୍ୱାସ କରନ୍ତୁ ନାହିଁ । ସରକାର ଙ୍କ ସୁବିଧା ଅଛି ମେଡ଼ିକାଲ ଯାଇ ଚିକିତ୍ସିତ ହୋଇ ଔଷଧ ଖାଆନ୍ତୁ ବୋଲି ଏସ ପି ଗଣମାଧ୍ୟମ ସାହାର୍ଯ୍ୟ ରେ ଜନ ସାଧାରଣ ଙ୍କୁ ସଚେତନତା ବାର୍ତା ଦେଇଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ ଏସ ଡି ପି ଓ ଶୁଭ୍ରଜିତ ବିଶ୍ୱାଳ, ଗୋଛା ପଡା ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଉପସ୍ଥିତ ରହି ଥିଲେ।
