ଚଣ୍ଡିଖୋଲ: ବୈରୀ ପୋଲିସ କୁ ମିଳିଛି ବଡ ସଫଳତା, ସୋମବାର ବିଳାମିତ ରାତିରେ ଅମରା ବତୀ ପଡିଆରେ ଏକ ବଡ଼ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ୬ଜଣ ଯୁବକ ଙ୍କୁ କାବୁ କରିବା ସହ ବହୁ ମକ୍ଷରନାସ୍ତ୍ର ଜବତ କଲା ବୈରୀ ପୋଲିସ। ସୋମବାର ରାତିରେ ବୈରୀ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅମରା ବତୀ ପଡିଆରେ କେତେକ ଯୁବକବଡ ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ଖବର ପୋଲିସ ନିକଟରେ ପହଂଚି ଥିଲା। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ରଂଜିତ ମହାନ୍ତି ଙ୍କ ସହ ବୈରୀ ଓ ଛତିଆ ବିଟ ହାଉସ ପୋଲିସ ସତର୍କତା ସହ ପଡିଆ ଚାରିପଟ କୁ ଘେରାଉ କରି ୫ଜଣକୁ କାବୁ କରିବା ସହ ଜଣେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ କିଛି ଦୂରରୁ ତାକୁ ଧରିବା ସହ ୬ଜଣଙ୍କୁ ଗିରଫ କରି ବୈରୀ ଥାନାକୁ ନେଇଥିଲେ। ସେମାନଙ୍କ ନିକଟରୁ ୨ଟି ମଟରସାଇକେଲ, ଖଣ୍ଡା, ଭୁଜାଲି, ଲୁହାରଡ଼, ଲଙ୍କା ଗୁଣ୍ଡ, ମଦ ବୋତଲ, ଓ ୩ଟା ମୋବାଇଲ ଜବତ କରିଥିଲେ। ପୋଲିସ ତଦନ୍ତ ପରେ ସେମାନଙ୍କ ଠାରୁ ଜାଣିଲେ ଯେ ଏକ ବଡ ଧରଣର ବ୍ୟାଙ୍କ ଲୁଟ ପାଇଁ ଯୋଜନା କରୁଥିଲେ। ବୈରୀ ଥାନା କେସ ନ -୨୧୫/୨୬ରେ ୟୁ ଏସ ୩୧୦(୫)ବି ଏନ ଏସ ରେ ଗିରଫ ଯୁବକ ମାନେ ହେଲେ ମାହାଙ୍ଗା ଥାନା କଇଥା ଗୋଠମୁଂହ ପାଟଣା ଗ୍ରାମର ଗୋବିନ୍ଦ ନାୟକ (୨୬, ବୈରୀ ଥାନା ବିଦ୍ୟାଧର ପୁର ଗ୍ରାମର ସୋନୁ ନାୟକ (୨୪), ମଣ୍ଟୁ ବେହେରା (୨୬), ନୟାପଟଣା ଗ୍ରାମର ସୁଦାମ ସାହୁ (୨୭), ବିଦ୍ୟଧର ପୁର ଗ୍ରାମର ନିଗମ ବେହେରା (୧୯)ଓ ସୋଲର ଗ୍ରାମର କେଶବ ବେହେରା (୩୪)ବୋଲି ପୋଲିସ ଠାରୁ ପ୍ରକାଶ। ଏମାନଙ୍କୁ ଚଣ୍ଡିଖୋଲ ଖୋଲ କୋର୍ଟ ରେ ହାଜର କରାଇ ବାପରେ ଜାମିନ ନା ମଞ୍ଜୁରୀ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠେଇ ଦିଆଯାଇଛି। ଏହି ପୋଲିସ ଚଢ଼ାଉରେ ଥାନା ଅଧିକାରୀ ଙ୍କ ସହ ଏସ ଆଇ ସଂଗ୍ରାମ କେଶରୀ ରାଉତ, ସରୋଜ କୁମାର ବେହେରା, ଏ ଏସ ଇ ଧୀରେନ୍ଦ୍ର ପଣ୍ଡା, ଓ ୬ଜଣ କନେଷ୍ଟ ବଳ ସାମିଲ ଥିଲେ। ଏକ ବଡ଼ ଡକାୟତି ଯୋଜନା କୁ ପୋଲିସ ପଣ୍ଡ କରିଥିବାରୁ ସାଧାରଣ ରେ ଜନସାଧାରଣ ପୋଲିସ କୁ ପ୍ରଶଂସା କରିଛନ୍ତି.।
