ବାଲିଗୁଡା : ରାସ୍ତା କଡ଼ରେ ବିପଦ ସଙ୍କୁଳ ଭାବେ ରହିଛି ବିରାଟକାୟ ଶୁଖିଲା ଗଛ। ଉକ୍ତ ରାସ୍ତା ଦେଇ ଯାତାୟତ କରିବାକୁ ଭୟକରନ୍ତି ଜନସାଧାରଣ । କେତେବେଳେ କାହା ଉପରେ ଶୁଖିଲା ଡାଳ ପଡ଼ି ଯାଇ ଦୁର୍ଘଟଣା ହେବ ତାହା କିଛି କହି ହେବନାହିଁ ।ଏହି ଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡା ଛକ ନିକଟରେ ଦେଖିବାକୁ ମିଳିଛି । ଗଛ ନିକଟରେ ବିଦ୍ୟାଳୟ ଥିବା ବେଳେ ଛାତ୍ର ଛାତ୍ରୀ ବିଦ୍ୟାଳୟ ଯିବା ପାଇଁ ଭୟ କରନ୍ତି । ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡ଼ି ଯାତାୟାତ କରୁଛନ୍ତି । ଏହି ଶୁଖିଲା ଗଛଟି ରାସ୍ତା କଡ଼ କୁ ଲାଗି ରହିଛି । ଗଛଟି ସମ୍ପୁର୍ଣ୍ଣ ରାସ୍ତା ଆଡ଼କୁ ଢଳି ରହିଛି । ଶୁଖିଲା ଗଛ କୁ ରାସ୍ତା କଡ଼ରୁ ହଟାଇବାକୁ ଗ୍ରାମ ବାସୀ ପ୍ରଶାସନ କୁ ଅନୁରୋଧ କରିଛନ୍ତି । ଆଜି ପର୍ଯ୍ୟନ୍ତ ଗଛ କୁ କଟା ଯାଉଥିବା ଗେରୁପଡା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଯଦି କିଛି ଦୁର୍ଘଟଣା ଘଟେ ତାହାହେଲେ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି । ଏଣୁ ଦୁର୍ଘଟଣା ଘଟିବା ପୂର୍ବରୁ ଉକ୍ତ ଶୁଖିଲା ଗଛ କୁ କାଟିବା ପାଇଁ ଦାବି ହୋଇଛି ।
