ଭୁବନେଶ୍ୱର: ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ପାଇଁ ରାଜ୍ୟର ବିଶ୍ୱସ୍ତରୀୟ ପ୍ରୟାସକୁ ଜୋରଦାର କରାଯିବା ସହ ଓଡ଼ିଶା ୟୁଏଇରେ ଏହାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ କରିଛି। ଏହି ଅବସରରେ ମୋଟ ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶ ଏବଂ ୬,୧୮,୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବୀ ଏବଂ ଦୁବାଇରେ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ୱାନ୍- ଅନ୍-ୱାନ୍ ନିବେଶକ ବୈଠକ ଏବଂ ରାଉଣ୍ଡ ଟେବଲ୍ ଆଲୋଚନା ପରେ ୧୬ ଟି ବୁଝାମଣାପତ୍ର ଏବଂ ପୁଞ୍ଜିନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ସାର୍ବଭୌମ ତଥା ପ୍ରତିଷ୍ଠାନିକ ଅଂଶୀଦାର, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ଓଡ଼ିଆ ପ୍ରବାସୀମାନେ ଏକାଠି ହୋଇଥିଲେ। ଉଦ୍ଯାପନୀ ଦିନଟି ଦୁବାଇରେ ଅନୁଷ୍ଠିତ “ଓଡ଼ିଶା ନିବେଶକ ସମ୍ମିଳନୀ – ୟୁଏଇ ୨୦୨୬’ ଉପରେ କେନ୍ଦ୍ରିତ ଥିଲା, ଯେଉଁଥିରେ ପ୍ରାୟ ୪୦୦ ଜଣ ବିଜନେସ୍ ଲିଡର, ନିବେଶକ ଏବଂ ୟୁଏଇ ବିଜନେସକମ୍ୟୁନିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଏହାର ନିବେଶ ପ୍ରସ୍ତାବ ଉପସ୍ଥାପନ କରିବା ଏବଂ ବିଶ୍ୱବ୍ୟାପୀ ବ୍ୟବସାୟୀମାନଙ୍କୁ ରାଜ୍ୟରେ ସେମାନଙ୍କର ଉପସ୍ଥିତି ସ୍ଥାପନ କିମ୍ବା ସମ୍ପ୍ରସାରଣ କରିବା ପାଇଁ ସୁଯୋଗ ଦିଗରେ ସିଧାସଳଖ ମଞ୍ଚ ଯୋଗାଇ ଦେଇଥିଲା।ଆଜି ଦିନର ନିବେଶ ଆଲୋଚନାରେ ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆର୍ôଥକ ପୁଞ୍ଜିନିବେଶ, ଏଲ୍ଏନ୍ଜି ସଂରକ୍ଷଣ, ଗ୍ରୀନ୍ ଏନର୍ଜି, ଏଆଇ ଏବଂ ଡାଟା ସେଣ୍ଟ ଉତ୍ପାଦନ, ସାର ଓ ରାସାୟନିକ ପଦାର୍ଥ, ଗୃହ ନିର୍ମାଣ, ଇସ୍ପାତ ଏବଂ ଇସ୍ପାତ ସମ୍ବନ୍ଧୀୟ ଶିଳ୍ପ ସହିତ ଅନ୍ୟାନ୍ୟ କ୍ଷେତ୍ର ସାମିଲ ଥିଲା। ପାରମ୍ପରିକ ଖଣି ଏବଂ ଖଣିଜ କ୍ଷେତ୍ର ବ୍ୟତୀତ ପ୍ରୋସେସ୍ଡ ଫୁଡ୍ ସବୁଠାରୁ ବଡ଼ ସୁଯୋଗ ହେବ। ଏଲ୍ଏନ୍ଜି ସଂରକ୍ଷଣ ପାଇଁ “କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ ଏଫ୍ଜେଡସିଓ’ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। “ରାଣା ହୋଲ୍ଡିଂସ ଲିମିଟେଡ୍’ ଗ୍ରୀନ୍ ଏନର୍ଜି, ଏଆଇ ଡାଟା ସେଣ୍ଟରରେୟାର୍ ଆର୍ଥସ୍, ଜାହାଜ ମରାମତି, ପ୍ରପେଲାଣ୍ଟ ଉତ୍ପାଦନ,ସାର ଓ ରାସାୟନିକ ପଦାର୍ଥ, ଗୃହ ନିର୍ମାଣ, ଇସ୍ପାତ ଏବଂ ଇସ୍ପାତ ସମ୍ବନ୍ଧୀୟ ଶିଳ୍ପ ସହିତ ଅନ୍ୟାନ୍ୟ କ୍ଷେତ୍ର ସାମିଲ ଥିଲା। ପାରମ୍ପରିକ ଖଣି ଏବଂ ଖଣିଜ କ୍ଷେତ୍ର ବ୍ୟତୀତ ପ୍ରୋସେସ୍ଡ ଫୁଡ୍ ସବୁଠାରୁ ବଡ଼ ସୁଯୋଗ ହେବ। ଏଲ୍ଏନ୍ଜି ସଂରକ୍ଷଣ ପାଇଁ “କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ ଏଫ୍ଜେଡସିଓ’ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। “ରାଣା ହୋଲ୍ଡିଂସ ଲିମିଟେଡ୍’ ଗ୍ରୀନ୍ ଏନର୍ଜି, ଏଆଇ ଡାଟା ସେଣ୍ଟରଏବଂ ରେୟାର ଆର୍ଥସ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। “ଶରାଫ ଗ୍ରୁପ୍’ ଆବାସିକ ଗୃହ କ୍ଷେତ୍ରରେ ଏବଂ “ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର’ର୍ ଷ୍ଟିଲ ଏବଂ ଷ୍ଟିଲ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ଗୁଡ଼ିକ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଜାହାଜ ମରାମତି ପାଇଁ “ଡାଲୱିନ୍ ମେରାଇନ୍’ ଏବଂ “ଟର୍ବୋ ପାୱାର୍ ଇଞ୍ଜିନିୟରିଂ’, ପ୍ରୋପେଲାଣ୍ଟଉତ୍ପାଦନ କାରଖାନା ପାଇଁ “ଆଇଅନ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍’, ଏବଂ ସାର ତଥା ରସାୟନ ପାଇଁ “ଆଗ୍ରିଫିଲ୍ଡ୍ସ ଏଫ୍ଜେଡସିଓ’ ଠାରୁ ନିବେଶ ପ୍ରସ୍ତାବ ଗ୍ରହଣ କରାଯାଇଛି। ରୋଡ୍ ଶୋ’ ସହିତ ମୁଖ୍ୟମନ୍ତ୍ରୀ ୟୁଏଇର ଅଗ୍ରଣୀ ବିଜନେସ୍ ଲିଡର ଏବଂ ନିବେଶକମାନଙ୍କ ସହିତ ୱାନ୍-ଟୁ-ୱାନ୍ ବୈଠକ କରିଥିଲେ, ଯାହାକି ପ୍ରକଳ୍ପ ସୁଯୋଗ, ଉତ୍ପାଦନ ଭିତ୍ତିଭୂମି, ମୂଲ୍ୟବୃଦ୍ଧି, ଟେକ୍ନୋଲୋଜି ସହଭାଗିତା ଏବଂ ଓଡ଼ିଶାରେ ଦୀର୍ଘକାଳୀନ ନିବେଶ ଉପରେ କେନ୍ଦ୍ରିତ ଥିଲା। ନିବେଶକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁଠାରେ ୮୦୦ରୁ ଅଧିକ ଓଡ଼ିଆ ତାଙ୍କୁ ଏକ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସମାବେଶରେ ଶାସ୍ତ୍ରୀୟ ଓଡ଼ିଶୀ ଏବଂ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହୋଇଥିଲା। ଦୁବାଇରେ ଓଡ଼ିଆ ସମ୍ପ୍ରଦାୟ ଆନ୍ତଃରାଜ୍ୟ ବିବାଦ ନା ଅନୁମୋଦନରେ ବିଳମ୍ବ ଆଣ୍ଠେଇଛି ରାଜ୍ୟର ପ୍ରମୁଖ ଜଳସେଚନ ପ୍ରକଳ୍ପ ମହାନଦୀ, ବଂଶଧାରା, ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଅଟକିଥିବା ପ୍ରକଳ୍ପ କାର୍ଯ୍ୟକୁ ତୁରନ୍ତ ସାରିବା ପାଇଁ କେନ୍ଦ୍ର ଆଗରେ ଦାବି ରଖିବ ଓଡ଼ିଶା ସରକାର। ବିବାଦ ପାଇଁ ରାଜ୍ୟ ସରକାରଙ୍କ ଅନେକ ଗୁଡିଏ ଜଳପ୍ରକଳ୍ପ ଅଟକିକି ରହିଛି। କେଉଁଠି ଅନୁମୋଦନର ଅପେକ୍ଷା, ତ କେଉଁଠି ଆନ୍ତଃରାଜ୍ୟ ବିବାଦରେ ଫଶି ପ୍ରକଳ୍ପ କାମ ଆଗକୁ ବଢ଼ିପାରୁନି। ଏହି ସବୁ ପ୍ରକଳ୍ପରେ ବର୍ତ୍ତମାନର ସ୍ଥିତି କ’ଣ ରହିଛି ତା’ର ରିପୋର୍ଟ ମାଗିଛି ଜଳସମ୍ପଦ ବିଭାଗ। ତୁରନ୍ତ ଏସବୁର ସମାଧାନ ଲାଗି ରାଜ୍ୟ ସରକାର ତତ୍ପରତା ଦେଖାଇବା ଜରୁରୀ। କ୍ଟ କେନ୍ଦ୍ର ଆଗରେ ଦାବି ରଖିବ ଓଡ଼ିଶା କ୍ଟ ୯ ପ୍ରମୁଖ ପ୍ରକଳ୍ପର ଅପଡେଟ୍ ମଗାଗଲା କ୍ଟ କାଳ ସାଜିଛି ମହାନଦୀ ଜଳ ବିବାଦ ଭୁବନେଶ୍ୱର (ବ୍ୟୁରୋ) ଓଡ଼ିଶାର ଜଳସେଚନ ପ୍ରକଳ୍ପର ଅଗ୍ରଗତି ଅଟକି ରହିଛି। କେଉଁଠି ଅଟକିଛି ଅନୁମୋଦନ ତ କେଉଁଠି ଅଟକିଛି କାମ ଓ ଆଉ କେଉଁଠି ରହିଛି ଅନ୍ତଃରାଜ୍ୟ ବିବାଦ। ଏସବୁର ସମାଧାନ ହୋଇପାରୁନି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପୂର୍ବରୁ ଏବେ ଏହାର ପୂରା ହିସାବ ମାଗିଛନ୍ତି ରାଜ୍ୟ ସରକାର। ୯ଟି ପ୍ରମୁଖ ପ୍ରକଳ୍ପର ଅପଡେଟ୍ ତଥ୍ୟ ମାଗିଛି ଜଳସମ୍ପଦ ବିଭାଗ। ମହାନଦୀ, ବଂଶଧାରା, ସୁବର୍ଣ୍ଣରେଖା ନଦୀର ଅବବାହିକାରେ ଅଟକିଥିବା ପ୍ରକଳ୍ପ କାର୍ୟ୍ୟକୁ ତୁରନ୍ତ ସାରିବା ପାଇଁ କେନ୍ଦ୍ର ଆଗରେ ଦାବି ରଖିବ ଓଡ଼ିଶା ସରକାର। ବିବାଦ ପାଇଁ ରାଜ୍ୟ ସରକାରଙ୍କ ଅନେକ ଗୁଡିଏ ଜଳପ୍ରକଳ୍ପ ଅଟକିକି ରହିଛି। କେଉଁଠି ଅନୁମୋଦନର ଅପେକ୍ଷା, ତ କେଉଁଠି ଅନ୍ତଃରାଜ୍ୟ ବିବାଦରେ ଫଶି ପ୍ରକଳ୍ପ କାମ ଆଗକୁ ବଢ଼ିପାରୁନି। ଏହି ସବୁ ପ୍ରକଳ୍ପରେ ବର୍ତ୍ତମାନର ସ୍ଥିତି କ’ଣ ରହିଛି ତା’ର ରିପୋର୍ଟ ମାଗିଛି ଜଳସମ୍ପଦ ବିଭାଗ। ୯ଟି ପ୍ରମୁଖ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ, ଅଟକିବାର କାରଣ, ଆବଶ୍ୟକ ହସ୍ତକ୍ଷେପ ଓ ଆଗାମୀ କାର୍ଯ୍ୟପନ୍ଥାର ରିପୋର୍ଟ ଶୀଘ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛି ଜଳ ସମ୍ପଦ ବିଭାଗ। ତେଣୁ କେନ୍ଦ୍ର ସହ ଆଲୋଚନା ପୂର୍ବରୁ ଏବେ ତଥ୍ୟ ଯୋଗାଡ଼ କରୁଛି ରାଜ୍ୟ। କେଉଁ ପ୍ରକଳ୍ପ କେଉଁଠି ଅଟକିଛି? କିଏ ଅଟକାଇଛି? କେଉଁଠି ଆବଶ୍ୟକ କେନ୍ଦ୍ରର ହସ୍ତକ୍ଷେପ? ସବୁର ତାଲିକା ପ୍ରସ୍ତୁତ ହେଉଛି। ଏସବୁର ହିସାବ ରାଜ୍ୟ ସରକାର ପ୍ରସ୍ତୁତ କରି କେନ୍ଦ୍ର ସହ ଯୋଗାଯୋଗରେ ରହି ସମାଧାନ ପନ୍ଥା ବାହାର କରିବା ନିହାତି ଜରୁରୀ। ତେଲ ନଦୀ ସମନ୍ୱିତ ବହୁମୁଖୀ ପ୍ରକଳ୍ପଠାରୁ ଆରମ୍ଭ କରି ତେଲିଜୋର, ଲକ୍ଷ୍ମୀପଥର, କଟାଙ୍ଗି, ଅପର ଉଦନ୍ତୀ, ଲୋୟର ଉଦନ୍ତୀ, ସତିଘାଟ, ଖଡ଼ଗୋ ଓ କଳା ବ୍ୟାରେଜ୍ ପ୍ରକଳ୍ପଗୁଡ଼ିକରୁ ଅଧିକାଂଶ ମହାନଦୀ ବେସିନ୍ ସହ ଜଡ଼ିତ। କେତେକ ପ୍ରକଳ୍ପର ଡିପିଆର କିମ୍ବା ଫିଜିବିଲିଟି ରିପୋର୍ଟ କେନ୍ଦ୍ରୀୟ ଜଳ ଆୟୋଗରେ ଦାଖଲ ହୋଇଥିଲେ ମଧ୍ୟ ଆନ୍ତଃରାଜ୍ୟ ପ୍ରସଙ୍ଗ ଓ ମହାନଦୀ ଜଳ ବିବାଦ ଯୋଗୁଁ ପ୍ରକ୍ରିୟା ଆଗକୁ ବଢ଼ିପାରିନି। କେବଳ ମହାନଦୀ ନୁହେଁ ବଂଶଧାରା ଓ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣାଧୀନ ଅନେକ ପ୍ରକଳ୍ପ ବି ଅଟକି ରହିଛି। ଯାହାଫଳରେ ପ୍ରଭାବିତ ହେଉଛି ଓଡ଼ିଶାର ଜଳ ପରିଚାଳନା ବ୍ୟବସ୍ଥା। ଏବେ କେନ୍ଦ୍ର ଦରବାରରେ ଓଡ଼ିଶାର ଜଳ ପ୍ରକଳ୍ପର ପୂରା ହିସାବ ରଖିବାକୁ ପ୍ରସ୍ତୁତ ରାଜ୍ୟ ସରକାର। ଯେତେଶୀଘ୍ର ଏହି ସମସ୍ୟାର ସମାଧାନ ହେଇପାରିବ, ସେତେ ଭଲ। ରାଜ୍ୟ ସରକାର ଏନେଇ ତତ୍ପରତା ଦେଖାଇ କାର୍ଯ୍ୟ କରିବା ଉଚିତ। ଡବଲଇଞ୍ଜିନ ସରକାରରେ ଏସବୁର ସମାଧାନ ସରଳ ମନେ ହେଉଥିଲେ ହେଁ ଆନ୍ତଃରାଜ୍ୟ ବିବାଦର ସମାଧାନ କରାଯିବା ନିହାତି ଆବଶ୍ୟକ। ଏହା ସହ ମହାନଦୀ ଜଳ ବିବାଦ ପ୍ରମୁଖତା ବହନ କରୁଛି। ଏହାର ସମାଧାନ ବିଳମ୍ବ ହେଲେ ଓଡ଼ିଶା ବହୁ କ୍ଷତି ସହିବ। କେନ୍ଦ୍ର ସରକାରଙ୍କୁ ପ୍ରକଳ୍ପର ଅପଡେଟ୍ ଯୋଗାଇ ସମାଧାନ ପନ୍ଥା ତୁରନ୍ତ ବାହାର କରାଯିବା ଜରୁରୀ। କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ । ସେହିପରି ଆମେରିକା ଥିବା ଗ୍ରୁପ ୭ ବା ଜି ୭କୁ ଟାର୍ଗେଟ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିଥିବା ପୁଟିନ ଆଜି ଭାରତ ମଣ୍ଡପମରୁ ଜି ୭ର ଅର୍ଥନୀତିକୁ କଟାକ୍ଷ କରିଛନ୍ତି। ବିଶ୍ୱ ଅର୍ଥନୀତିରେ ଜି ୭ର ଯୋଗଦାନ ହ୍ରାସ ପାଉଥିବା ବେଳେ ବ୍ରିକ୍ସ ରାଷ୍ଟ୍ରୁଗୁଡ଼ିକର ଭାଗିଦାରୀ ବୃଦ୍ଧି ପାଉଥିବା ସେ ତୁଳାତ୍ମକ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ବ୍ରିକ୍ସ ବିଜନେସ ସମ୍ମିନଳୀ ୨୦୨୬କୁ ସମ୍ବୋଧନ କରି ପୁଟିନ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ଜି ୭ ଦେଶଗୁଡ଼ିକର ଯୋଗଦାନ ୧୮%। ଏହା ତୁଳନାରେ ବ୍ରିକ୍ସ ସଦସ୍ୟଙ୍କ ଯୋଗଦାନ ପ୍ରାୟ ୪୦% ରହିଛି। ଜି୭ର ନିୟମିତ ପ୍ରାୟସ ଉପରେ ପ୍ରଶ୍ନ ଉଠାଇ ପୁଟିନ କହିଛନ୍ତି, “ମୁଁ ଜାଣିପାରୁ ନାହିଁ ସେମାନେ କାହିଁକି ନିଜକୁ ଏମିତି କହୁଛନ୍ତି” ରୁଷ ଏକଦା ଆମେରିକା ରହିଥିବା ସମୂହରେ ରହିଥିଲା। ରୁଷ ରହିଥିବା ଯାଏ ଏହା ଗ୍ରୁପ ୮ ଭାବେ ପରିଚିତ ଥିଲା। ୨୦୧୪ରେ କ୍ରିମେଆ ଘଟଣା ପାଇଁ ରୁଷକୁ ବହିଷ୍କାର କରାଯାଇଥିଲା। ସେବେଠାରୁ ଏହା ଜି୭ ଭାବେ ପରିଚିୟ ହାସଲ କରିଛି। ଏଥିରେ ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ରହିଛନ୍ତି। ପୁଟିନ ବ୍ରିକ୍ସକୁ ବିଶ୍ୱର ସର୍ବବୃହତ୍ତ ଅର୍ଥନୀତିକ ବ୍ଲକ ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ବିଶ୍ୱ ଯୋଗାଣରେ ପରିବର୍ତ୍ତନ ହେଉଥିଲେ ହେଁ ଏହାର ସଦସ୍ୟମାନେ ଶକ୍ତିଶାଳୀ ହେଉଛନ୍ତି ଓ ସଦସ୍ୟ ରାଷ୍ଟ୍ରଙ୍କ ପ୍ରଭାବ ବୃଦ୍ଧି ପାଉଛି। ବିଶ୍ୱ ଅର୍ଥନୀତିକ ପ୍ରତି ଭାରତର ଅବଦାନ ସମ୍ପର୍କରେ ପୁଟିନ କହିଛନ୍ତି, ବିଶ୍ୱ ଏବେ ଗୋଟିଏ ବଡ଼ ଆର୍ôଥକ ପରିବର୍ତ୍ତନ ସହ ଗତି କରୁଛି। ଏଥିସହ ବ୍ରିକ୍ସ ବାହାରେ ଥିବା ରାଷ୍ଟ୍ରଗୁଡ଼ିକର ସହଯୋଗ ପାଇଁ ଏହି ସମୂହ ସବୁବେଳେ ଖୋଲା ରହିଥିବା ମଧ୍ୟ ମତ ରଖିଛନ୍ତି। ପଶ୍ଚିମ ଦେଶଗୁଡ଼ିକ ବ୍ରିକ୍ସ ରାଷ୍ଟ୍ରକୁ ଦୁର୍ବଳ କରିବାକୁ ବାରମ୍ବାର ଉଦ୍ୟମ କରୁଥିବାର ଅଭିଯୋଗ ଆଣିଛନ୍ତି ପୁଟିନ। ସେ କହିଛନ୍ତି, “ବ୍ରିକ୍ସର ପଶ୍ଚିମ ପ୍ରତିଦ୍ୱନ୍ଦ୍ୱୀ ନିଜର ପୂର୍ବ ନେତୃତ୍ୱ ପୁଣି ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ଏହି ସଂଘର୍ଷ ସରକାରୀ ସ୍ତରରେ ବେଆଇନ ଢଙ୍ଗରେ ମୋଡ ବଦଳାଇବାରେ ଲାଗିଛି।” ରୁଷ ଉପରେ ପଶ୍ଚିମ ଦେଶଗୁଡ଼ିକ ଲଗାଇଥିବା ବ୍ୟାନକୁ ମଧ୍ୟ ପୁଟିନ ବେଆଇନ କହିଛନ୍ତି। କଟକଣା ସତ୍ତ୍ୱେ ମସ୍କୋ ନିଜର ଆର୍ôଥକ ପ୍ରଦର୍ଶନ ବଳବତ୍ତର ରଖିଥିବା ସେ ଦାବି କରିଛନ୍ତି। ବିଶ୍ୱ ଅର୍ଥନୀତିରେ ପରିବର୍ତ୍ତନ ହେଉଥିବାରୁ ସେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଅଧିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି।
