ପୁରୀ: ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ର ମୁଖ୍ୟ ସଂଯୋଜକ ହେଲେ ଅବିନାଶ ମିଶ୍ର । ଶ୍ରୀ ମିଶ୍ର ପୂର୍ବରୁ ସଦର ବ୍ଲକ କଂଗ୍ରେସ କମିଟିର ସଭାପତି ଦାଇତ୍ୱ ସୁଚାରୁ ରୂପେ ତୁଲାଇ ଥିଲେ । ଦଳ ତାଙ୍କୁ ପୂନର୍ବାର ଭରସା କରି ଏହି ଗୁରୁଦାୟିତ୍ୱ ଟି ଦେଇଛି ଏହି ପରିପେକ୍ଷୀରେ ଶ୍ରୀ ମିଶ୍ର ରାଜ୍ୟ କଂଗ୍ରେସ ର ସଭାପତି ଭକ୍ତ ଚରଣ ଦାସ, ସେବାଦଳ ରାଷ୍ଟ୍ରୀୟ ମୁଖ୍ୟ ବିଭୀ ଶ୍ରୀନିବାସ, ରାଜ୍ୟ ସେବାଦଳ ର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ର, ପୂର୍ବତନ ସେବାଦଳ ଜିଲ୍ଲା ମୁଖ୍ୟ ଉମାପଦ ମିଶ୍ର, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ଓ ଟୀକା ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ସେ ଯେଉଁ ଗୁରୁଦାୟିତ୍ୱ ନେଇଛନ୍ତି ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ନିଜ ଦାଇତ୍ୱ କୁ ସୁଚାରୁ ରୂପେ ତୁଲାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।
