ଜୟପୁର: ପୋଲିସ କୁ ଖଣ୍ଡା ଦେଖାଇ ଚମ୍ପଟ ମାରିଲେ ଡକାୟତ ଦଳ! ୭ କିମି ପିଛା କଲା ପୋଲିସ ବୋରିଗୁମ୍ମାରେ ବିଳମ୍ବିତ ରାତିରେ ଘଟିଛି ଘଟଣା !ଗତ କାଲି ପୋଲିସ ପେଟ୍ରୋଲିଂ ବେଳେ ଏକ ଡକାୟତି ଗାଡି କୁ ପୋଲିସ ଠାବ କଲା।ପୋଲିସ ଠାରୁ ବଞ୍ଚିବା ପାଇଁ ଗାଡି ଅଟକାଇବା ବଦଳ ରେ ଦ୍ରୁତ ଗତି ରେ ଗାଡି ଚଳାଇ ସେଠାରୁ ଖସିବା ପାଇଁ ଯୋଜନା କଲେ ଡକାୟତି ଦଳ। ପୋଲିସ ଗାଡି ମଧ୍ୟ ଡକାୟତ ଦଳର ର ଗାଡି କୁ ପିଛା କରିଥିଲା ।କାମରା ଶ୍ୱାସନ ରାସ୍ତା ନିକଟ ରେ ନିଜ ଗାଡି ଅଟକାଇ ଲେ ଆଉ ଗାଡିରୁ ମାରଣାସ୍ତ୍ର କାଡୀ ପୋଲିସ ଗାଡି କୁ ଭଙ୍ଗା ରୁଜା କରି ପୋଲିସ ଗାଡିର ଚାବି ନେଇ ଛୁ ମରୋଲେ ଡକାୟତି ଦଳ। ପୋଲିସ ଓ ଡକାୟତି ଦଳ ମଧ୍ୟରେ ମୁହା ମୁହିଁ ହେଲେ।

ନିଜର ବୋଲେରୋ ଛାଡି ଦେଇ ଗାଡି ଭିତରେ ଥିବା ଅସ୍ତ୍ର ଶାସ୍ତ୍ର କୁ ଧରି ଗାଁ ଜଙ୍ଗଲ ଭିତରେ ପଶିଲେ।ପୋଲିସ ଗାଁ ଲୋକ ଙ୍କୁ କହିବା ପରେ ରାତି ୨ଟା ଠାରୁ ପୋଲିସ ସହ କମରା ଅଞ୍ଚଳ ର ୨୦୦ ରୁ ଉର୍ଦ୍ଧ ଲୋକ ସେମାନଙ୍କୁ ଖୋଜା ଖୋଜି କରୁଥିବା ଜଣାଯାଇଛି । ପେଟ୍ରୋଲିଂ ବେଳେ ପୋଲିସ କୁ ଦେଖି ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା, କାମରା ଶ୍ମଶାନ ରାସ୍ତା ନିକଟରେ ଗାଡି ଅଟକାଇ ମାରଣାସ୍ତ୍ର ଦେଖାଇ ପୋଲିସ ସ୍କର୍ପିଓ ଭଙ୍ଗାରୁଜା କରି ଚାବି ନେଇ ଜଙ୍ଗଲକୁ ଫେରାର। ରାତି ୨ ଟା ରୁ ୨୦୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ସହ ପୋଲିସର ସର୍ଚ୍ଚ ଅପରେସନ ଜାରି। ଖୋଜାଖୋଜି ବେଳେ ବଡ଼ ଭାରତମାଳା ରାସ୍ତାରେ ୩ ବାଇକରେ ଗଞ୍ଜେଇ ଚାଲାଣ ବେଳେ ୩ ଯୁବକ ଧରା ଥିଲା ପୋଲିସ କ୍ଷ
