ବାରିପଦା: ଓଡିଶାର ଖ୍ୟାତିସମ୍ପନ୍ନ କ୍ରିକେଟ କୋଚ ତଥା କ୍ରୀଡା ଗୁରୁ କିଶୋର ମାଣିଆଙ୍କୁ ଠାକୁରମୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ରାଇରଙ୍ଗପୁର ଯିବା ରାସ୍ତାରେ ଠାକୁରମୁଣ୍ଡା ବଜାରରେ ଥିବା ପ୍ରେସ କ୍ଲବ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ଶରତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନେ ଫୁଲତୋଡା ଦେଇ ତାଙ୍କୁ ସମ୍ମାନିତ କରିଥିଲେ। କିଶୋର ମାଣିଆ ଦୀର୍ଘ ବର୍ଷ ଧରି ଓଡ଼ିଶାର କ୍ରିକେଟ ପ୍ରତିଭାଙ୍କୁ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। ତାଙ୍କର ଏହି ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇ ରାଇରଙ୍ଗପୁର ଠାରେ ମଧ୍ୟ ଆଜି ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପ୍ରେସ କ୍ଲବର ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ମାଣିଆଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ ।
