ପୁରୀ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଧାର କରି ମାସିକ କାର୍ଯ୍ୟକ୍ରମ “ଶ୍ରୀ ଜଗନ୍ନାଥାୟନ’ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ମାସର ପ୍ରଥମ ତାରିଖରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।

ଏହି ଆୟୋଜନରେ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ପ୍ରୟାସ ଟିଭିର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ କୁମାର ମିଶ୍ର,ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର,ସମାଜସେବୀ ଚକ୍ରଧର ମହାପାତ୍ର,ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ ,ଓଡ଼ିଶା ନାଟ୍ୟ ସଂଘର ସାଧାରଣ ସମ୍ପାଦକ ସୁଧାଂଶୁ ମୋହନ ଦ୍ୱିବେଦୀ ଏବଂ ଭରତ ନାୟକ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ସନ୍ୟାସୀ ପରିଚ୍ଛା ,ନୃତ୍ୟ ନିର୍ଦ୍ଦେଶକ ଗୁରୁ ପ୍ରଦୀପ କୁମାର ପ୍ରଧାନ ଙ୍କୁ ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା।

ସମ୍ବର୍ଦ୍ଧନା ସଭା ପରେ ” ଓଡ଼ିଶା ଡ୍ରାମା ନିର୍ଦ୍ଦେଶକ ସଂଘ’ ପକ୍ଷରୁ ପତିତପାବନ ଜଗନ୍ନାଥ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଦୟାନିଧି ତ୍ରିପାଠୀ ଙ୍କ ରଚନା ଓ ଗୁରୁ ପ୍ରଦୀପ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ କଳାକାରମାନେ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ନାଟକ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ଏଥିରେ ପୁରୁଷ ଭୂମିକାରେ ସମୀର, ଦୁର୍ଯ୍ୟୋଧନ,ପ୍ରଦୀପ, ରମୁ,ସାଇଲ,କୃପାସିନ୍ଧୁ,ବିକାଶ,କାହ୍ନା,ପିଙ୍କୁ,ନକୁଳ,ଦୀପକ,ଚିତ୍ତ,ହରିହର ଓ ମହିଳା ଭୂମିକାରେ ପାୟଲ ଓ ଇପ୍ସିତା ।ସମଗ୍ର କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ
