ପୁରୀ: ବନ୍ଦେ ଲୋକକଳା ଓ ଲୋକସଂସ୍କୃତି ମହାସଂଘ ଓଡିଶା ଭୁବନେଶ୍ୱର ପକ୍ଷରୁ ରାଷ୍ଟ୍ରୀୟ ଲୋକକଳା ମହାକୁମ୍ଭ ୨୦୨୬
ମଙ୍ଗଳବାର ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପୁରୀର ଲୋକସଭା ସାଂସଦ ଡ.ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ରୀଡା, ଯୁବବ୍ୟାପାର ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁଗନ, ବିଶିଷ୍ଟ ଅତିଥୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ରାଜ୍ୟ ବିଜେପି ଅନୁସୂଚିତ ମୋର୍ଚ୍ଚା ଉପସଭାପତି ସତ୍ୟଜିତ ମଲ୍ଲିକ ଏବଂ ସମ୍ମାନିତ ଅତିଥ୍? ଭାବେ ନୂଆଦିଲ୍ଲୀର ବରିଷ୍ଠ ବିଜେପି ନେତା ନରେଶ କୁମାର ଶର୍ମା, ପ୍ରାଚୀ ପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟରେ ଅବହେଲିତ ଜୀବନ ଥ?ିବା କଳାକାରଙ୍କର ବିଭିନ୍ନ ସମସ୍ୟା ଉପରେ ମତବ୍ୟକ୍ତ କରିବା ସହ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଉତ୍ସବରେ ଦାବି କରାଯାଇଥିବା ବେଳେ ମହାସଂଘ ପକ୍ଷରୁ କଳାକାର କଲ୍ୟାଣ ଯୋଜନାର ଶୁଭ ଉଦ୍?ଘାଟନ ହୋଇଥିଲା ।

ଏହି କୁମ୍ଭ ମେଳାରେ ରାଜ୍ୟର ବିଶିଷ୍ଠ କଳାକାର, ସନ୍ଧ୍ୟା ଦେବୀ, ସଂଗଠକ ପ୍ରଭୃତି କଳାକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଅନୁଷ୍ଠାନର ସାଧାରଣ ସଂପାଦକ ବିନୋଦ କୁମାର ଭୋଇ ମହାସଂଘର ବାର୍ଷିକ ଦିବରଣୀ ପାଠ କରିଥିବା ବେଳେ ମଞ୍ଚ ପରିଚାଳନାରେ କ୍ଷଣପ୍ରଭା ମହାନ୍ତି, ମୀରା ମହାନ୍ତି, ରଶ୍ମୀ ସାମଲ, ମିନତୀ କର ପ୍ରମୁଖ ସହଯୋଗ କରିଥିଲେ । ଉତ୍ସବରେ ରାଜ୍ୟ ଆବାହକ ଚନ୍ଦ୍ରଶେଖର ସାମଲ, ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଭାପରି ବିଧୁଭୂଷଣ ନାୟକ,କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ପାତ୍ର, ଉପସଭାପତି ବିବେକାନନ୍ଦ ବେଉରା, ଉପଦେଷ୍ଟା ଗୋପାଳ ଚନ୍ଦ୍ର ମିଶ୍ର, ପୁରୀ ଜିଲ୍ଲା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ମିତାଞ୍ଜଳୀ ବେହୁରା, ପଶ୍ଚିମାଞ୍ଚଳର ମୁଖ୍ୟ ଗୋଲାପ ଜେନା, ଅମିଲ ପୁଟେଲ, ଦକ୍ଷିଣାଞ୍ଚଳର ମୁଖ୍ୟ ଜଗନ୍ନାଥ ବେହେରା, ପୂର୍ବାଞ୍ଚଳର ମୁଖ୍ୟ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ । ଶେଷରେ ମହାସଂଘର ସ୍ୱତନ୍ତ୍ର ସଂପାଦକ ସୁଧାକରି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନେ ବିଭିନ୍ନ ଅକର୍ଷଣୀୟ କଳା ପ୍ରଦର୍ଶନ କରିଥିଲେ । ଭକ୍ତ ମହାକୁମ୍ଭରେ ସହସହ ସଂଖ୍ୟାରେ କଳାକାର ମାନେ ଯୋଗଦେଇଥିଲେ ।
