ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳ ରେ ବଡ ଧରଣର ଡକାୟତି ହୋଇଛି । ଥାନା ରୁ ମାତ୍ର ୧୦୦ ମିଟର ଦୁରରେ ଥିବା ମୁଖ୍ୟ ଛକ ସୁନା ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରିରେ ଡ଼କାୟତି ହୋଇଛି । ସିନ୍ଧେକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି। ରାତି ୩ ସମୟ ରେ ଏକ ନୂଆ ବୋଲେରୋ ଗାଡ଼ି ରେ ୬ ଜଣ ଡକାୟତ ହାତରେ ମାରଣାସ୍ତ୍ର ଧରି ଫୁଲଚନ୍ଦ ଜୈନଙ୍କ ଘରେ ପଶିଥିଲେ। ୪ ଜଣ ଘରେ ପଶିଥିବା ବେଳେ ୨ ଜଣ ଡକାୟତ ବାହାରେ ଥିଲେ। ତେବେ ଘରେ ଫୁଲଚନ୍ଦ ଏବଂ ତାଙ୍କ ବୃଦ୍ଧା ସ୍ତ୍ରୀ ଓ ନାତୁଣୀ ଘରେ ଥିଲେ। ପୁଅ ବୋହୂ ମେଡିକାଲ କାମରେ ରାୟପୁର ଯାଇଥିଲେ। ତେବେ ଡକାୟତ ମାନେ ଫୁଲଚନ୍ଦ ଏବଂ ତାଙ୍କ ସ୍ତ୍ରୀ କୁ ମାଡ଼ କରିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ଲୁଟ୍ କରିଛନ୍ତି । ଡକାୟତ ମାନେ ଘରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ନେଇ ଯାଇଛନ୍ତି। ଡକାୟତର ଶିକାର ହୋଇଥିବା ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ଥାନାରେ ଏତଲା ଦେଇଥିବା ଅନୁସାରେ କୋଟିଏ ଟଙ୍କା ର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟ୍ ହୋଇଛି। ଘଟଣାସ୍ଥଳରେ ସିନ୍ଧେକେଲା ପୋଲିସ, କଣ୍ଟାବାଞ୍ଜି ଏସଡିପିଓ, ଟିଟିଲାଗଡ଼ ଏସଡ଼ିପିଓ, ବଲାଙ୍ଗୀର ରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରୁଛି ।ତେବେ ଦିନ କୁ ଦିନ ଏହି ଅଞ୍ଚଳ ରେ ଚୋରି ଡକାୟତି ବଢି ଚାଲିଥିବା ବେଳେ ଲୋକ ମାନେ ସୁରକ୍ଷିତ ମଣୁ ନାହାନ୍ତି । ସହର ର ମୁଖ୍ୟ ଜନ ଗହଳି ସ୍ଥାନ କିମ୍ବା ଥାନା ସମ୍ମୁଖରେ ଚୋରି ଲୁଟ ହେଉଛି ତେବେ ଗ୍ରାମାଞ୍ଚଳ ର କଥା କିଏ ପଚାରେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।ତୁରନ୍ତ ଏହି ଘଟଣା ରେ ସମ୍ପୂର୍ଣ୍ଣ ଭାବେ ତଦନ୍ତ କରି ଅଭିଯୁକ୍ତ ମାନକୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।(ଫଟୋ ସହ)
