ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ବେତନଟୀ ବନବିଭାଗ ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,ଉକ୍ତ ରେଞ୍ଜ ଅଧୀନ ବଡ଼ାମପୁର ସେକ୍ସନ ଅଧୀନ ବଧି କୁଚବଣିଆରେ ବେଆଇନ ଭାବେ ଚାଲୁଥିବା ଚଳନକ୍ଷମ କରତ କଳ ଉପରେ ବନବିଭାଗ ଚଢ଼ାଉ କରି ଉକ୍ତ କରତ କଳକୁ ଜବତ କରିବା ସହିତ ୧ଲକ୍ଷ ୫୦ ହଜାର ଟଙ୍କାର କାଠ,ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଓ଼ ଏଚଏଫ ଡିଲକ୍ସ ବାଇକ ଜବତ କରିଛି। ଏଥି ସହିତ ବଡଡ଼ାମପୁର ଗ୍ରାମର ପ୍ରମୋଦ ମହାନ୍ତ ଓ଼ ସମାଇଡ଼ିହି ଗ୍ରାମର ରବୀନ୍ଦ୍ର ବେହେରାଙ୍କୁ ଗିରଫ ମଧ୍ୟ କରିଛି ବନବିଭାଗ। ଉକ୍ତ ଚଢ଼ାଉ ଏସିଏଫ ମେହେରବାନ ଅଲ୍ଲୀଙ୍କ ନେତୃତ୍ୱରେ ହୋଇଥିବା ବେଳେ ବେତନଟି ରେଞ୍ଜର ଧ୍ରୁବେନ୍ଦ୍ରନାଥ ନାଏକ,ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ, ଫୋରେଷ୍ଟର ଦୀପକ ପାତ୍ର ଏବଂ ବନବିଭାଗ କର୍ମଚାରୀ ମାନେ ଚଢ଼ାଉରେ ସାମିଲ ଥିଲେ।
