କନ୍ଧମାଳ: ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ବାଇକ। ଦୁର୍ଘଟଣା ରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ବାରଖମା ଫାଣ୍ଡି ଅନ୍ତର୍ଗତ କୁମ୍ଭାର ସାହି ଛକ ରେ ଘଟିଛି ଏହି ଦୁର୍ଘଟଣା ମୃତକ ବାରଖମା ଫାଣ୍ଡି ଅଂଚଳ ର ଗୁମାସାହି ର ନିରଞ୍ଜନ ମଳିକ । ତେବେ ମୃତକ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ କଲଭର୍ଟ ରୁ ବାଇକ ସହ ଖସି ଯାଇଥିଲେ । ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ଘଟଣା ସ୍ଥଳରେ ପହଂଚି ମୃତ ଦେହ କୁ ଉଦ୍ଧାର କରି ବାଲିଗୁଡା ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ତଦନ୍ତ ଜାରୀ ରଖିଛନ୍ତି ।
