ପୁରୀ: ଆଜି ହେଉଛି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ୱ ରହିଛି । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ବିତ ରାତି ୨ଟା ରେ ଦ୍ୱାରଫିଟା ହୋଇ ସକାଳ ଧୂପ ଓ ଦ୍ୱିପ୍ରହର ଧୂପ ପରେ ରାତ୍ର ୩ଟା ରୁ ମନ୍ଦିର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ା ଯାଇଛି।ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିଛନ୍ତି।

ରାତି ୧୦ ଟା ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ରାମଚନ୍ଦ୍ର କରିଥିବାର କିମ୍ବଦନ୍ତୀରୁ ଜଣାଯାଏ ।ଲକ୍ଷେ ଶିବଲିଙ୍ଗ ପୂଜାକଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ, ଆଜିର ଦିନରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚନା କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ପୁରୀ ଜିଲ୍ଲାପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୀତିକୁ ଶୃଙ୍ଖଳିତ କରାଯାଇ ପଙ୍କୋଉଦ୍ଧାର ପାଇଁ ଆଜି ପ୍ରତ୍ୟୁଷରୁ ଲୋକନାଥ ଦେବଙ୍କ ସମସ୍ତ ନୀତିକାନ୍ତି ସମାପ୍ତ କରାଯାଇଛି। ପରେ ପଙ୍କଉଧାର କାର୍ଯ୍ୟ ସରିଛି।ବହୁ ସେବାୟତ, ସ୍ଥାନୀୟ ବାସିନ୍ଦା ମହାପ୍ରଭୁଙ୍କ ଗମ୍ଭୀରାରୁ ପଙ୍କ କଢା କାର୍ଯ୍ୟରେ ସାମିଲ ହୋଇଥିଲେ। ଆଜି ବିଶେଷ ଦର୍ଶନ ଥିବାରୁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିଲା । ଭକ୍ତ ମାନଙ୍କର ଭିଡକୁ ଦୃଷ୍ଟିରେ ରଖି ରାତି ୧୦ ଟା ପର୍ଯ୍ୟନ୍ତ ଦର୍ଶନ ଖୋଲା ରହିବ ବୋଲି ଜଣାପଡିଛି । ତେବେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଓ ଟ୍ରାଫିକ ବ୍ୟବସ୍ଥା କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି ।ଯେପରିକି ଲୋକନାଥ ମନ୍ଦିର ଭିତରେ ୨ ଜଣ ଡିଏସପି, ୮ ଜଣ ଇନିସ୍ପେକଟର, ୩୨ ଜଣ ଏସଆଇ/ଏଏସଆଇ, ୫୨ ଜଣ ହାବିଲଦାର/କନେଷ୍ଟବଳ, ୫୬ ଜଣ ହୋମଗାର୍ଡ, ୪ ପ୍ଲାଟୁନ ଫୋର୍ସ ଏହାସହ ଲୋକନାଥ ମନ୍ଦିର ବାହାରେ ୨ ଜଣ ଇନିସ୍ପେକଟର, ୨ ଜଣ ଏସଆଇ/ଏଏସଆଇ, ୪ ଜଣ ହାବିଲଦାର/କନେଷ୍ଟବଳ, ୮ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ।ବାହାର ବେଢାରେ ୧ ଜଣ ଡିଏସପି, ୧ ଜଣ ଇନିସ୍ପେକଟର, ୧ ଜଣ ଏସଆଇ/ଏଏସଆଇ, ୧ ସେକ୍ସନ ଫୋର୍ସ। ଏହାସହ ଟ୍ରାଫିକ ପାଇଁ ୧ ଜଣ ଡିଏସପି, ୧ ଜଣ ଇନିସ୍ପେକଟର, ୪ ଜଣ ଏସଆଇ/ଏଏସଆଇ, ୧୦ ଜଣ ହାବିଲଦାର/କନେଷ୍ଟବଳ, ୧୦ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ କଣ୍ଟ୍ରୋଲରୁମ ପାଇଁ ୧ ଜଣ ଡିଏସପି, ୨ ଜଣ ଇନିସ୍ପେକଟର, ୨ ଜଣ ଏସଆଇ/ଏଏସଆଇ, ୪ ଜଣ ହାବିଲଦାର/କନେଷ୍ଟବଳ, ୪ ଜଣ ହୋମଗାର୍ଡ, ୪ ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି ବୋଲି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ପ୍ରଦାନ କରିଛନ୍ତି ।
