ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆବିଲ୍ଡିଂ କାମ ବେଳେ ଅଘଟଣ । ବୋରୱେଲ୍ ରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁଘରକୁ ବୁଲିବାକୁ ଆସିଥିଲା ଭାଣିଜୀ । ମେଡିକାଲରେ ନିର୍ମାଣଧୀନ ନୂଆ ବିଲ୍ଡିଂ ନିକଟରେ ଘର । ଖେଳୁ ଖେଳୁ ବୋରୱେଲ୍?ରେ ଖସି ପଡିଥିଲା । ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ରାଇବାହାଦୁର ଲେନ୍ ନିକଟ ମାମୁଁ ଘରକୁ ଆସିଥିଲା ଅଜୟଙ୍କ ଝିଅ ।
