ପୁରୀ: ରତ୍ନଭଣ୍ଡାର ଗଣତି ମଣତି କୁ ନେଇ ସିଂହଦ୍ୱାର ନିକଟରେ ଏକ ଲକ୍ଷ ଦୀପ ଦାନ କରି ହାଇକୋର୍ଟ ରାୟ କୁ ସ୍ୱାଗତ କଲା ଜଗନ୍ନାଥ ସେନା।ହାଇକୋର୍ଟ ରାୟ ମୁତାବକ ଆସନ୍ତା ତିନି ମାସ ଭିତରେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଏଥି ନିମନ୍ତେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଏକ ଲକ୍ଷ ଦୀପ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରା ଯାଇଛି ।
