ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି।
ଗ୍ରାମର ପୂର୍ବତନ ସଭାପତି ବ୍ରଜବନ୍ଧୁ ସାହୁଙ୍କ ସ୍ତ୍ରୀ ସୁବାସିନି ସାହୁ (୬୨) ଓ ତାଙ୍କ ଦିଅର ଗଣେଶ୍ୱର ସାହୁ (୬୦) ସେହି ସମୟରେ ନିଜ ବଗିଚାରେ ଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଗ୍ରାମବାସୀ ଓ ପରିବାରଲୋକେ ଉଦ୍ଧାରକରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତକ ଦୁଇଜଣ ସଂପର୍କରେ ଦିଅର ଭାଉଜ ହେବେବୋଲି ଜଣାପଡ଼ିଛି।
