ହିନ୍ଦୋଳ: ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଗଣ୍ଡାନାଳୀ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ଗ୍ରାମର ବୈକୁଣ୍ଠ ପ୍ରଧାନ ରବିବାର ସକାଳ ସମୟରେ ନିଜ ବଗିଚାକୁ ପରିବା ତୋଳିବାକୁ ଯାଇଥିଲେ। ସେଠାରେ ଏକ ବିଷାକ୍ତ ସାପ ତାଙ୍କୁ ଦଂଶନ କରିଥିଲା। ପରିବାରଲୋକେ ସଙ୍ଗେସଙ୍ଗେ ତାଙ୍କୁ ଭୁବନେଶ୍ୱର ଏମ୍ସ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ରାତି ପ୍ରାୟ ୨ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।ସେ ଜଣେ ସୁନାମଧନ୍ୟ ତବଲା ଓ ଢୋଲକି ବାଦକ ଥିଲେ। ଏବଂ ପୌରାଣିକ ରାମଲୀଳାର ନିର୍ଦ୍ଦେଶକ ମଧ୍ୟ ଥିଲେ। ତାଙ୍କ ଦେହାନ୍ତ ଖବର ପ୍ରଘଟ ହେବାପରେ ଗଣ୍ଡାନାଳୀ ସମେତ ଆଖପାଖ ଅଞ୍ଚଳରେ ଶୋକରଛାୟା ଖେଳିଯାଇଥିଲା।
