ଜାକର୍ତା: ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶର ପଶ୍ଚିମ ବାନଦୁଙ୍ଗ ଅଞ୍ଚଳର ଏକ ଗାଁରେ ଶନିବାର ଭୂସ୍ଖଳନ ଘଟି ଅନ୍ୟୂନ ୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୨ଜଣ ଆହତ ହୋଇଛନ୍ତି। ଦେଶର ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ମୁଖପାତ୍ର ଅବଦୁଲ ମୁହାରି ଏହି ବିଷୟରେ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂସ୍ଖଳନରେ ନିଖୋଜ ବ୍ୟକ୍ତି ସଂଖ୍ୟା ବହୁ ଅଧିକ ବୋଲି ସେ କହିଛନ୍ତି। ଦେଶର ପାଣିପାଗ ସଂସ୍ଥା ଏ ନେଇ ସତର୍କ ସୂଚନା ଜାରି କରିଥିଲେ। ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ଉତ୍ତର ଓ ପଶ୍ଚିମ ସୁମାତ୍ରାରେ ବଡ଼ଧରଣର ଭୂସ୍ଖଳରେ ୧,୧୭୦ଜଣଙ୍କ ପ୍ରାଣହାନି ଘଟିଥିଲା।
ଇଣ୍ଡୋନେସିଆରେ ଭୂସ୍ଖଳନ; ୭ ମୃତ, ୮୨ ଆହତ













Leave a Reply