ନୀଳଗିର: ଲୋକମାନଙ୍କ ମଧ୍ୟରେ ଧର୍ମୀୟ ଭାବନା ବଢ଼ିଚାଲିଥିଲା ବେଳେ ଭକ୍ତମାନେ ମୁକ୍ତହସ୍ତରେ ଦାନଧର୍ମ କରୁଛନ୍ତି। ଅନୁରୂପ ଭାବେ ଦେବୀଦେବତାଙ୍କୁ ଖୋଲା ଚାଲେଞ୍ଜଦେଇ ମନ୍ଦିରମାନଙ୍କର ହୁଣ୍ଡି, ଅଳଙ୍କାର ଲୁଟ କରିଚାଲିଛନ୍ତି ଦୁର୍ବୃତ୍ତ। ନୀଳଗିରି ଅଞ୍ଚଳର ବିଭିନ୍ନ ମଠ ମନ୍ଦିରରେ ଚୋରି ବଢ଼ିଚାଲିଥିଲା ବେଳେ ନରଣପୁର ପଞ୍ଚାୟତ ଟୋକିପଦା ଗ୍ରାମରେ ବାବା ବୈଷ୍ଣବଶ୍ୱର୍ ଏବଂ ବୈଷ୍ଣଦେବୀ ମନ୍ଦିର ଅବସ୍ଥିତ। ଗତ ରବିବାର ରାତିରେ କୌଣସି ଦୃବୃତ୍ତ ବାବା ବୈଷ୍ଣବଶ୍ୱର୍ ମନ୍ଦିରରେ ଝୁଲୁଥିବା ୩ଗୋଟି ଘଣ୍ଟକୁ ନେଇଯାଇଥିଲେ। ସକାଳେ ପୂଜକ ମନ୍ଦିରର ଘଣ୍ଟ ଚୋରି ହୋଇଯାଇଥିବା ଦେଖି ଗ୍ରାମବାସୀଙ୍କୁ ଖବରଦେବା ପରେ ଗ୍ରାମବାସୀଙ୍କ ତରଫରୁ ମାନବିକତା ଦୃଷ୍ଟିରୁ ମୌଖିକ ଭାବେ ବରହମପୁର ପୋଲିସକୁ ଖବରଦେଇ ଥିବା ବେଳେ ଲିଖିତ ଅଭିଯୋଗ କରି ନଥିବାର ସୂଚନା ମିଳିଛି!ପୂର୍ବରୁ ଉକ୍ତ ମନ୍ଦିରକୁ ଚୋରମାନେ କଳାକନା ବୁଲାଇ ଦେଇଥିବା ବେଳେ ଏନେଇ ଗ୍ରାମବାସୀ ମାନେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତନାଘନା କରା ଯିବା ସହ ସନ୍ଧନୀ କୁକୁର ନିୟୋଜିତ କରି ମଧ୍ୟ ଚୋର ଧରିବାରେ ବିଫଳ ହୋଇଥିଲା ସ୍ଥାନୀୟ ପୋଲିସ ! ହେଲେ ପୋଲିସ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି କେସ କୋର୍ଟକୁ ପଠାଇ ଦେବା ଫଳରେ ବିଚରା ଗ୍ରାମବାସୀମାନେ ଟଙ୍କା ଖର୍ଚ୍ଚ କରି କୋର୍ଟକୁ ଦୌଡିବାକୁ ପଡିଥିଲା ଏବଂ ସମୟ ମଧ୍ୟ ଅପଚୟ କରିବାକୁ ପଡିଥିଲା!ଚୋର ମାନଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇପାରିନଥିବା ବେଳେ ପୁଣି ହୋଇଥିବା ଚୋରୀକୁ ଲିଖିତ ଭାବେ ଜଣାଇବାକୁ ଇଛା ପ୍ରକାଶ କଲେ ନାହିଁ ଗ୍ରାମବାସୀ!ଅନ୍ତତଃ ପକ୍ଷେ ପୋଲିସ ରାତ୍ର ପେଟ୍ରୋଲିଂକୁ କଡାକଡ଼ି କଲେ ଚୋରି କମି ଯାଇପାରିବା ବୋଲି ଦାବି କରିଛନ୍ତି ଗ୍ରାମବାସୀ
