Oplus_16908288
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କରଣ ପଦର ଗ୍ରାମ ର ରୀତା ଗଣ୍ଡ ଆଇ ଟି ବିପି, ଇଣ୍ଡୋ ତିଭତିଅନ୍ ବୋର୍ଡ ପୋଲିସ ନିଯୁକ୍ତି ପାଇଥିବା ଜଣାଯାଇଛି। ଏହି ପରିପେକ୍ଷୀରେ ଗ୍ରାମ ବାସୀ ଙ୍କ ତରଫରୁ ରୀତା ଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି।ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ରୀତା ଙ୍କ ନିଯୁକ୍ତି ଅଞ୍ଚଳ ବାସି ଙ୍କ ପାଇଁ ଖୁସି ର ଲହରୀ ଖେଳିଯାଇଛି। ସମ୍ବର୍ଧନା ଜଣାଇବା ସମୟରେ ଗ୍ରାମ ବାସୀ,ପରିବାର ଲୋକ, ସହପାଠୀ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ରୀତା ଙ୍କ ନିଯୁକ୍ତି ଅଞ୍ଚଳ ବାସୀ ଙ୍କ ଗର୍ବ ଗୌରବ ର ବିଷୟ ବୋଲି ଗ୍ରାମ ବାସୀ କହିଛନ୍ତି। ପରିବାର , ଗୁରୁଜନ, ଶିକ୍ଷକ ଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି।
