କଟକ: ଆଗାମୀ ରଣଜୀ ଟ୍ରଫିରେ ଅଭିଯାନ ଆରମ୍ଭ କରିବାକୁ ୧୭ ଜଣିଆ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳ ଗୁଜରାଟ ଗସ୍ତ କରିଛି। ବିସିସିଆଇ ଘରୋଇ ସିଜନ୍ ୨୦୨୬-୨୭ ଅନ୍ତର୍ଗତ ପ୍ରଥମ ମ୍ୟାଚ୍?ରେ ଓଡ଼ିଶା ଅକ୍ଟୋବର ୧୧ରୁ ୧୪ ପର୍ଯ୍ୟନ୍ତ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ବି ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ। ଦଳର ନେତୃତ୍ୱ ନେବେ ସୁଭ୍ରାଂଶୁ ସେନାପତି। ଦଳରେ ସ୍ୱସ୍ତିକ ସାମଲ, ଓମ୍ ଟି ମୁଣ୍ଡେ, ଗୌରବ ଚୌଧୁରୀ, ଶ୍ରେୟାଂଶ ଭାରଦ୍ୱାଜ, ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଆଶୀର୍ବାଦ ସ୍ୱାଇଁ, ଦିନେଶ ମାଝୀ, ନିନାଦ ରାଠୱା, ଲଳିତ ଯାଦବ, ରାଜେଶ ମହାନ୍ତି, ପ୍ରଶାନ୍ତ ରଣା, ସୌମ୍ୟ ଲେଙ୍କା, ସମ୍ବିତ ବେଜା, ସୟଦ ତୁଫୈଲ ଅହମଦ ଓ ବାଦଲ ବିଶ୍ୱାଳ ସ୍ଥାନ ପାଇଛନ୍ତି। ଓଡ଼ିଶା ଦଳର ସପୋର୍ଟ ଷ୍ଟାଫ୍?ରେ ମୁଖ୍ୟ ପ୍ରଶିକ୍ଷକ ପ୍ରବଞ୍ଜନ ମଲ୍ଲିକ, ସହକାରୀ ପ୍ରଶିକ୍ଷକ ପ୍ରୀତମଜିତ ଦାସ, ଆଡମିନ୍ ମ୍ୟାନେଜର ସତବୀର ସିଂହ ରିଆର, ଅବଜର୍ଭର ନଟରାଜ ବେହେରା, ଫିଜିଓ ରୋନି ଛତର୍ଜୀ, ଏସ୍ ଆଣ୍ଡ୍ ସି କୋଚ୍ ସଞ୍ଜୀବ ଦାସ, ଭିଡିଓ ଆନାଲିଷ୍ଟ ଶାରଦା ବିଶ୍ୱାଳ, ସାଇଡ୍?ଆର୍ମ ଥ୍ରୋଅର ଶ୍ରୁତି ସାଗର ପରିଡ଼ା ଓ ମାସିଅର୍ କପିଳ ବୁନ୍ଦେଲା ରହିଛନ୍ତି। ଗୁଜରାଟ ମ୍ୟାଚ୍ ପରେ ଓଡ଼ିଶା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଥିରୁବନନ୍ତପୁରମ୍?ରେ କେରଳ ବିପକ୍ଷରେ ଖେଳିବ। ଏହାପରେ ଅକ୍ଟୋବର ୨୬ରୁ ଭୁବନେଶ୍ୱରରେ ସର୍ଭିସେସ୍, ନଭେମ୍ବର ୨ରୁ ଝାଡ଼ଖଣ୍ଡ ଏବଂ ଜାନୁଆରୀ ୧୭, ୨୦୨୭ରୁ କଟକର ବାରବାଟୀ ଷ୍ଟାଡିୟମ୍?ରେ ଦିଲ୍ଲୀ ବିପକ୍ଷରେ ମ୍ୟାଚ୍ ଖେଳିବ। ପରବର୍ତ୍ତୀ ମ୍ୟାଚ୍? ଗୁଡ଼ିକରେ ଓଡ଼ିଶା ମହାରାଷ୍ଟ୍ର ଓ ବେଙ୍ଗଲକୁ ମଧ୍ୟ ଭେଟିବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍?ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଦଳର ସଫଳତା କାମନା କରିଛନ୍ତି।
