ନୀଳଗିରି: ରବିବାର ସଂଧ୍ୟାପ୍ରାୟ ୬ଟା ସମୟରେ କପ୍ତିପଦା ଅଞ୍ଚଳରୁ ଦୁଇଜଣ ସାଙ୍ଗ ନିଜର ସମ୍ପର୍କୀୟଙ୍କ ଘର ଶେରଗଡ଼କୁ ୧୯ନଂ ରାଜ୍ୟ ରାଜପଥରେ ଆସୁଥିବାବେଳେ ନୀଳଗିରି ବ୍ଲକ ସଜନାଗଡ ପଞ୍ଚାୟତ ଭାଲୁକାଶୁଣି ନିକଟରେ ଏକ କଣ୍ଟେନର ବାଡେଇଦେବାରୁ କପ୍ତିପଦା ଥାନା ଅନ୍ତର୍ଗତ ଦେବଡା ଗ୍ରାମର କାର୍ତ୍ତିକ ସିଂ ମଟରସାଇକେଲରୁ ଛିଟିକି ପଡ଼ିଥିଲେ। ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ୧୦୮ଆମ୍ବୁଲାନ୍ସରେ ନୀଳଗିରି ମେଡିକାଲକୁ ଅଣାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। କାର୍ତ୍ତିକ ସିଂର ଅବସ୍ଥା ଦେଖି ତା ସହିତ ଆସିଥିବା ସାଙ୍ଗ ତାକୁ ଛାଡ଼ି ବାଇକ୍ ଧରି ପଳାଇ ଯାଇଥିଲା। ଏପଟେ କଣ୍ଟେନରକୁ ନୀଳଗିରି ପୋଲିସ ଅଟକରଖି ତଦନ୍ତ ଜାରିରଖିଛି।
