ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଦର୍ଶ ଟାଉନ୍ ଥାନା ପୁଲିସ ଜମି ବିବାଦ କୁ ନେଇ ଭାଇକୁ ଭାଇ ହତ୍ୟା କରିଥିବା ମାମଲା ରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନଯୋଗ୍ୟ ମୃତକ ଅଶୋକ ସାହୁଙ୍କ ହତ୍ୟା ଅଭିଯୋଗରେ ତାଙ୍କ ଭାଇ ଅରୁଣ କୁମାର ସାହୁ ଓରଫ ମିଟୁ (୩୭)ଙ୍କୁ ପୁଲିସ ଗିରଫ କରିଛି। ଏନେଇ ଫୁଲବାଣୀ ଟାଉନ୍ ଥାନାରେ କେସ୍ ନଂ-୨୮୧, ତାରିଖ ୨.୧୦.୨୦୨୬ରେ ବିଏନ୍ଏସ୍ ଧାରା ୧୦୩(୧)ରେ ମାମଲା ରୁଜୁ ହୋଇଛି।
ତା ୦୨.୧୦.୨୦୨୬ ରିଖ ସନ୍ଧ୍ୟା ୬.୧୦ ସମୟରେ ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ପ୍ରଗତି ମାର୍ଗ ଗ୍ରାମର ବିରାଜା ପ୍ରସାଦ ବାଗର୍ତ୍ତୀ ଖବର ଦେଇଥଲେ ଯେ, ତାଙ୍କ ଘରେ କାମ କରୁଥିବା ମିସ୍ତ୍ରୀ ତାଙ୍କୁ ଜଣାଇଥିଲେ । ଫୁଲବାଣୀ ଥାନା ଅଧୀନ ପ୍ରଗତି ମାର୍ଗ ଅଞ୍ଚଳର ‘ସ୍ମିତା ଭବନ’ର ଏକ ଭଡ଼ା ଘରେ ଅରୁଣ ସାହୁ ରହୁଥିଲା। ସେହି ଘରୁ ଅଶୋକ ସାହୁଙ୍କ ମୃତଦେହ ମିଳିଥିଲା। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବା ଏବଂ ତାହା ପଚିଯାଇଥିବା ଦେଖି ଘଟଣାଟି ହତ୍ୟା ବୋଲି ସନ୍ଦେହ କରାଯାଇଛି। ମୃତକ ଅଶୋକ ସାହୁ ଅଭିଯୁକ୍ତ ଅରୁଣ ସାହୁ ଦୁଇ ଭାଇ ଅଟନ୍ତି। ଫୁଲବାଣୀର ଢିପା ସାହି ନିକଟରେ ସେମାନଙ୍କ ସ୍ୱର୍ଗତ ପିତା ଭାସ୍କର ସାହୁଙ୍କ ନାମରେ କିଛି ଜମି ଥୂଲା । ଉଭୟ ଭାଇଙ୍କର କୌଣସି ନିର୍ଦ୍ଦିଷ୍ଟ ରୋଜଗାର ନଥିଲା। ସେମାନେ ଦୈନିକ ମଜୁରୀ କରି ଜୀବିକା ନିର୍ବାହ କରୁଥିଲେ ଏବଂ ଉଭୟ ମଦ୍ୟପ ଥିଲେ । ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ, ମୃତକ ଅଶୋକ ଓ ଅଭିଯୁକ୍ତ ଅରୁଣ ଦୁଇ ଭାଇ। ଫୁଲବାଣୀ ଢିପାସାହି ନିକଟରେ ତାଙ୍କ ମୃତ ପିତା ଭାସ୍କର ସାହୁଙ୍କ ନାମରେ ଥିବା ୬ ସେଣ୍ଟ ଜମି ବିକ୍ରିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା। ୨୬.୦୯.୨୬ ତାରିଖ ରାତି ପ୍ରାୟ ୧୦ଟା ସମୟରେ, ମୃତକ ଅଶୋକ ମଦ୍ୟପ ଅବସ୍ଥାରେ ଭଡ଼ା ଘରକୁ ଆସିଥିଲେ, ଜମି ବାଡ଼ି ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ବାକ୍-ବିତଣ୍ଡା ହୋଇଥୂଲା। ମୃତକ ଆର୍ôଥକ ଲାଭ ପାଇବା ଉଦ୍ଦେଶ୍ୟରେ ସେହି ଜମିରେ ଥୂବା ନିଜ ଅଂଶ ବିକ୍ରି କରିବାକୁ ଦାବି କରିଥିଲେ,ଏହାପରେ ଦୁଇ ଭାଇ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ଅରୁଣ ଏକ କାଠ ବାଡ଼ି ଉଠାଇ ମୃତକ ଅଶୋକ ର ମୁଣ୍ଡକୁ ଆଘାତ ଆଘାତ କରିଥିଲା । ଯାହା ଫଳରେ ଅଶୋକ ତଳେ ପଡ଼ିଯାଇ ପ୍ରାଣ ହରାଇଥିଲା। ଘଟଣା ସମ୍ପର୍କରେ ଅଭିଯୁକ୍ତ ଭାଇ ଅରୁଣ କାହାକୁ ନ ଜଣାଇ ଘରୁ ପଳାଇଯାଇଥିଲ। ଅଭିଯୁକ୍ତ ଅରୁଣ ପରଦିନ ଅର୍ଥାତ୍ ୨୭.୯.୨୬ ତାରିଖରେ ଫେରିଥିଲେ। ନିଜ ଭାଇଙ୍କୁ ହତ୍ୟା କରିଥିବା କଥା ସେ ସ୍ଥାନୀୟ ଲୋକ, ପୋଲିସ କିମ୍ବା ଭଡ଼ା ଘରର ମାଲିକ ଙ୍କୁ ମଧ୍ୟ କହିନଥିଲେ। ପୋଲିସ୍ ତଦନ୍ତ କରି ଅଭିଯୁକ୍ତ ଅରୁଣ ସାହୁ କୁ ଗିରଫ କରିଛି। ଅଭିଯୁକ୍ତ ଅରୁଣ କୁମାର ସାହୁ (୩୭), ପିତା ସ୍ୱର୍ଗତ ଭାସ୍କର ସାହୁ, ଗ୍ରାମ ନୂଆପାଲି, ଥାନା ତାରସିଂହ, ଜିଲ୍ଲା ଗଞ୍ଜାମ; ବର୍ତ୍ତମାନର ଠିକଣା ସ୍ମିତା ସ୍ମାର୍ଟ ନିଅର ବଜାର ଭବନ, ଖଲିଆବନ୍ଧ,ଥାନା ଫୁଲବାଣୀ ଟାଉନ୍, ଜିଲ୍ଲା କନ୍ଧମାଳ ପୋଲିସ୍ ତଦନ୍ତ ରୁ ଜଣାପଡ଼ିଛି। ଫୁଲବାଣୀ ଟାଉନ୍ ଅଧିକାରୀ ପୁରୁଷୋତ୍ତମ ମାଝୀ ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହୃତ କାଠ ବାଡି ଜବତ କରିବା ସହ ଥାନା କେସ ନଂ ୨୮୧ ବି ଏନ୍ ଏସ୍ ୩୦୧ (୧) ଦଫା ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଥିବା କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ ଗଣମାଧ୍ୟମ କୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
