ବାରିପଦା; ମୟୁରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକ ମହୁଲଡିହା ନିକଟସ୍ଥ ଘୁଳଘୁଳିଆ ଠାରେ ନବ ନିର୍ମିତ ହରିହରାୟ ମନ୍ଦିରର ପବିତ୍ର ରତ୍ନମୁଦ କର୍ମ ଆଜି ବିଧି ବିଧାନ ସହ ସମ୍ପନ୍ନ ହୋଇଯାଇଛି। ଏହି ଶୁଭ କାର୍ଯ୍ୟର କର୍ତ୍ତା ଭାବେ ପ୍ରହ୍ଲାଦ ପଣ୍ଡା ଏବଂ କର୍ତ୍ତ୍ରୀ ଭାବେ ପ୍ରଗତି ପଣ୍ଡା ଦାୟିତ୍ୱ ତୁଲାଇଥିଲେ।

ମୁଖ୍ୟ ପୂଜକ ଭାବେ ବାଲେଶ୍ୱର ଚନ୍ଦ୍ରପଡା ଶାସନର ବସନ୍ତ ପଣ୍ଡା ଏବଂ ସହ ପୂଜକ ଭାବେ ଆଗରପଡା ଭଦ୍ରକର ଗଜେନ୍ଦ୍ର ପାଣିଗ୍ରାହୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।
ଏହି ଅବସରରେ ବାବା ଭୈରବା ନନ୍ଦ ସରସ୍ୱତୀ, ବାବା ସୁରେନ୍ଦ୍ର ମହାନ୍ତ, ବାବା ଯଦୁନାଥ ମହାନ୍ତ ଏବଂ ହନୁମାନ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାର୍ଚନାରେ ସାମିଲ ହୋଇଥିଲେ। ପୂଜା କାର୍ଯ୍ୟ ସକାଳ ୭ଟା ୫ ମିନିଟ୍ ସମୟରେ ଆରମ୍ଭ ହୋଇ ଅପରାହ୍ନ ୩ଟା ୨୫ ମିନିଟ୍ ରେ ରତ୍ନମୁଦ କାର୍ଯ୍ୟ ଶେଷ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ, ବରିଷ୍ଠ ସମାଜସେବୀ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସବିତ କାନ୍ତ ସୋରେନ, ଜ୍ୟୋତ୍ସ୍ନାରାଣୀ ନନ୍ଦ,ସଚଳା ପଣ୍ଡା ଏବଂ ସ୍ଥାନୀୟ ଭକ୍ତମାନଙ୍କ ଗହଣରେ ମନ୍ଦିର ପରିସର ଭକ୍ତିମୟ ହୋଇ ଉଠିଥିଲା।
