ନୀଳଗିରି: ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ଗେନ୍ଦରାସାହି ଅଙ୍ଗନବାଡି ପଛପଟ ଏକ ଶାଳଗଛରେ ଏକ ପ୍ଲାଷ୍ଟିକ ଡବା ସଦୃଶ୍ୟ ବସ୍ତୁଟି ଆସି ଲାଗିଥିବା ଦେଖି ଭୟଭୀତ ହୋଉଛନ୍ତି ଗ୍ରାମବାସିଙ୍କ ସହିତ ଅଞ୍ଚଳବାସି କ୍ଷ ଉକ୍ତ ଡବା ସଦୃଶ୍ୟ ବସ୍ତୁଟିରେ ଏକ ହଳଦିଆ ରଙ୍ଗର ତାରରେ ବନ୍ଧା ହୋଇ ଗଛରେ ଲଟକି ଥିବା ବେଳେ ଉକ୍ତ ଡବାରେ ପି ୦୦୮୬ ନମ୍ବର ଲେଖାଥିବା ଦେଖିବାକୁ ମିଳିଛି କ୍ଷ ଏହା କେଉଁଠୁ ଓ କିପରି ଆସିଲା ତାକୁ ନେଇ ଦ୍ୱନ୍ଦରେ ଗ୍ରାମବାସୀ ରହିଥିବା ବେଳେ ଏହା କୌଣସି ପାଣିପାଗ ବିଭାଗର କିମ୍ୱା ଡିଆରଡିଓର ଭଗ୍ନାଅବଶେଷ ଅଂଶ ବିଶେଷ ହୋଇଥିବାର ଚର୍ଚ୍ଚା ଚାଲିଛି କ୍ଷ କିଛି ଲୋକ ଏହାକୁ ବୋମା ଥିବାର କହୁଥିବା ଗୁଜବ ଶୁଣିବାକୁ ମିଳୁଥିବା ବେଳେ ଏ ନେଇ ପାଖ ଗ୍ରାମବାସୀ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିବା ବେଳେ ଖବର ଲେଖା ହେବାବେଳକୁ ଉଭୟ ପୋଲିସ କିବା ଅଗ୍ନିଶମ ବାହିନୀ ତଦନ୍ତ ପାଇଁ ପହଁଞ୍ଚି ନଥିବା ସୂଚନା ମିଳିଛି କ୍ଷ ତେବେ ଲୋକଙ୍କୁ ଆତଙ୍କିତ ଅବା ଭୟଭୀତ କରିବା ଲାଗି କୌଣସି ଅଜଣା ବ୍ୟକ୍ତି ଅଞ୍ଚଳରେ ଆତଙ୍କ ଖେଳାଇବା ପାଇଁ ଅପଚେଷ୍ଟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି କ୍ଷ
