କଳାହାଣ୍ଡି: ୨୬ ନମ୍ବର ଜାତୀୟ ରାଜପଥ କୋକସରା ଶିବ ମନ୍ଦିର ଛକ ନିକଟରେ ସୋମବାର ଛାତିଥରା ଦୁର୍ଘଟଣା ଘଟିଛି। ଟ୍ରକ୍ ଓ ପିକ୍ଅପ୍ ଭେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାର ଡ୍ରାଇଭର ମୃତ୍ୟୁବରଣ କରିଥିବାବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ମୃତ ଡ୍ରାଇଭର ହେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ନନ୍ଦ ଭତରା ଓ ଗୁରୁତର ହେଲପର ହେଲେ ବୋରିଗୁମ୍ମା ବ୍ଲକ କସାଗୁଡାର ମଙ୍ଗଳୁ ମୁଦୁଲି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭବାନୀପାଟଣା ପୁଟୁ ଆସୁଥିବା ଏକ ଟ୍ରକ ଓ ବିପରିତ ଦିଗରୁ ଆସୁଥିବା ପିକ୍ଅଫ ଭେନ୍ ମଧ୍ୟରେ ମୁହାଁମୁହିଁ ଧକା ହୋଇଥିଲା। ଧକ୍କା ଏତେ ଯୋରଦାର ଥିଲା ଯେ’ ପିକ୍ଅଫ ଭେନ୍ ଚୁରମାର ହୋଇଥିବା ବେଳେ ପିକ୍ଅଫ ଡ୍ରାଇଭର ନନ୍ଦ ଭତରା ଓ ହେଲପର ମଙ୍ଗଳ ମୁଦୁଲି ଫସି ରହିଥିଲେ। କୋକସରା ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଯୁବକ ମାନେ ଅନେକ ପରିଶ୍ରମ କରି ସେମାନଙ୍କୁ ଉଦ୍ଧାର କରି କୋକସରା ମେଡିକାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ଫଳରେ ଅନେକ ସମୟ ଧରି ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସ୍ଥଳରେ କୋକସରା ଥାନା ପୁରା ଟିମ୍ ପହଞ୍ଚିଥିଲେ। ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । କୋକସରା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର ଓ ହେଲ୍ପର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡ୍ରାଇଭର ନନ୍ଦ ଭତରା ବାଟରେ ହିଁ ମୃତ୍ୟ ହୋଇ ଯାଇଥିଲା। ମୃତ ଡ୍ରାଇଭରଙ୍କ ଶବ ଜବତ କରି କୋକସରା ମେଡିକାଲରେ ରଖିଥିବା ସୂଚନା ମିଳିଛି। ଏବଂ ଦୁର୍ଘଟଣା ଗ୍ରସ୍ତ ଟ୍ରକ କୁ ଜବତ କରିବା ସହ ଡ୍ରାଇଭର କୁ କୋକସରା ପୋଲିସ ଅଟକ ରଖି ତଦନ୍ତ ଜାରି ରଖି ଥିବା ସୂଚନା ମିଳିଛି।
