Oplus_16908288
ନୀଳଗିରି: ନୀଳଗିରି ବ୍ଲକ୍ ବରହମପୁର ଥାନା ଶାଳଡହର ଛକ ନିକଟରେ ନୀଳଗିରି ଅବକାରୀ ବିଭାଗର ଏକ ଟିମ୍ ଚଢ଼ାଉକରି ଜଣେ ଚୋରାଚାଲାଣ ମଦବେପାରୀକୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବୈରାଟପୁର ନିକଟସ୍ଥ ଚକରାପାଳ ଗ୍ରାମର ଶ୍ୟାମସୁନ୍ଦର ହାଂସଦା (୩୪)। ତା ନିକଟରୁ ୬୦ଲିଟର ଦେଶୀମଦ ସହ ଗୋଟିଏ ଏସପି ୧୨୫ସିସି ହୋଣ୍ଡା ମଟରସାଇକେଲ ଜବତ କରିଛି। ଏହି ଚଢ଼ାଉରେ ନୀଳଗିରି ଅବକାରୀ ରେଞ୍ଜ ଅଧିକାରୀ ନାରାୟଣ ବେହେରାଙ୍କ ସମେତ ଏଏସଆଇ ସୁଶାନ୍ତ କୁମାର ରାଉତ, ଅବକାରୀ କନେଷ୍ଟବଳ ସନ୍ତୋଷ କୁମାର ବେହେରା, ତପନ କୁମାର ମଲ୍ଲିକ ସାମିଲଥିଲେ। ଉକ୍ତ ଘଟଣାରେ ନୀଳଗିରି ଅବକାରୀବିଭାଗ ପକ୍ଷରୁ ୧୮୭/୨୬-୨ ୭ରେ ମାମଲା ରୁଜୁ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
