ଆସିକା: ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଆସିକା ଅବକାରୀ ଥାନା ପକ୍ଷରୁ ଚଢ଼ଉ କରାଯାଇ ଏକ ଏନ୍.ଡି.ପି.ଏସ୍ ମାମଲା ରୁଜୁ କରାଯାଇଛି। ଆସିକା ଥାନା ଅଧୀନ ସାପୁଆପଲ୍ଲୀ ଅଞ୍ଚଳରେ ଚଢାଉ କରି ଅବକାରୀ ବିଭାଗ ୪ କେ.ଜି ଗଞ୍ଜେଇ ସହ ଏକ ସ୍କୁଟି ଜବତ କରିଛି। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କରେକମ୍ବା ଅଞ୍ଚଳର ବଳିଆରସିଂହ ବାଘା ଏବଂ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ପୁଲଗାଓଁ ଥାନା ଅଧୀନ ଧନଗରପୁରା ଅଞ୍ଚଳର ଋତିକ ଅମ୍ବାଦାସ ରାଭେକରଙ୍କୁ ଅଭିଯୁକ୍ତ ଭାବେ ଧରାଯାଇଛି। ମିଳିଥିବା ପ୍ରାଥମିକ ତଦନ୍ତରୁ କନ୍ଧମାଳରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଛି। ଜବତ ଗଞ୍ଜେଇ ଓ ସ୍କୁଟିକୁ ଜବତ କରି ଅଭିଯୁକ୍ତଙ୍କ ବିରୋଧରେ ଏନ୍?.ଡି.ପି.ଏସ୍? ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
