ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ପୋଲିସ୍ ଚଢ଼ାଉ କରି ବ୍ରାଉନ ସୁଗର୍ ଓ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଅଭିଯକ୍ତ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ବ୍ରାଉନ ସୁଗର୍ ଓ ଗଞ୍ଜେଇ ଜବତ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଖଜୁରୀ ପଡ଼ା ଥାନା ଅଧିକାରୀ ଶ୍ରୀ ଚାପ ଧାରୀ ପ୍ରଧାନ ଓ ସବ୍ ଇନ୍ସପେକ୍ଟର ଦୀନବନ୍ଧୁ ପ୍ରଧାନ ଙ୍କ ନେତୃତ୍ୱରେ ତା ୨୨/୯/୨୬ ରିଖ ଦିନ ଏକ ଟିମ ପେଟ୍ରୋଲିଂ କରୁଥିବା ସମୟରେ ଚଢାଉ କରି ପାଣ୍ଡ୍ରିସୁଗା ଅଂଚଳରୁ ପୋଲିସ୍ ଦୁଇ ଜଣ ଅଭିଯକ୍ତ ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୬ କିଲୋ ଗଞ୍ଜେଇ,୩୬୦ ଗ୍ରାମ ବ୍ରାଉନ ସୁଗର୍ , ଗୋଟିଏ ନମ୍ବର ପ୍ଲେଟ୍ ବିହୀନ ବଜାଜ ପଲସର ବାଇକ୍, ଦୁଇଟି ସ୍ମାର୍ଟ ମୋବାଇଲ ଫୋନ୍, ଏବଂ ୧୭୦୦୦ ନଗଦ ଟଙ୍କା ଜବତ କରିଛି। ତଦନ୍ତ ଅଧିକାରୀ ଭାବେ ଏସ୍ ଆଇ ଦୀନବନ୍ଧୁ ପ୍ରଧାନ ଦାୟିତ୍ୱ ନେଇ ଖଜୁରୀପଡା ଥାନା କେସ୍ ନଂ ୧୬୮/୨୨.୯.୨୦୨୬ ଦଫା ବେଆଇନ୍ ଗଞ୍ଜେଇ ଓ ବ୍ରାଉନ ସୁଗର୍ ଚୋରା ଚାଲାଣ ଏକ ମାମଲା ରୁଜ କରି ତଦନ୍ତ ଜାରି ରଖିଛି। ପୋଲିସ୍ ଗିରଫ କରିଥିବା ଦୁଇଜଣ ଅଭିଯୁକ୍ତ ହେଲେ ଖଜୁରୀପଡା ଥାନା ଅନ୍ତର୍ଗତ ଖେତାପାଜୁ ଗ୍ରାମର ଅନିରୁଦ୍ଧ ସେଠୀ ର ପୁଅ ପାଉଲ ଓରଫ ମୃତ୍ୟୁଞ୍ଜୟ ସେଠୀ (୨୬), ସେହି ଖେତାପାଜୁ ଗ୍ରାମର ସର୍ବକର ମଲ୍ଲିକ ର ପୁଅ ଦୀନବନ୍ଧୁ ମଲ୍ଲିକ (୨୩), ଏହି ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି କହିବା ସହ ଏହି ମାନଙ୍କୁ ଫିରିଙ୍ଗିଆ ଅଞ୍ଚଳ ର ମିହିର ଦିଗାଲ ଓ ଫୁଲବାଣୀ ବଜାର ର ସିଦ୍ଧାନ୍ତ ବେହେରା ଗଞ୍ଜେଇ ଯୋଗାଉ ଥିଲେ। ଏହି ସହୋଯଗୀ ଦୁଇଜଣ ଙ୍କୁ ମଧ୍ୟ ଗିରଫ କରାଯିବ ନିମନ୍ତେ ତଦନ୍ତ ଜାରି ରହିଛି ବୋଲି ଖଜୁରୀପଡା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଗଣମାଧ୍ୟମ ସୂଚନା ଦେଇଛନ୍ତି ।
