ଦଶପଲ୍ଲା: ୍ୱାଣିଗୋଚ୍ଛା ଥାନା ଗୁଣ୍ଡୁରୀବାଡି ଗାଁ ର ସୁଦର୍ଶନ ପୃଷ୍ଟି ୍ୱ ୬୨ ନାମକ ଜଣେ କାମାତୁର ସେହି ଗାଁ ର ଜଣେ ନାବାଳିକା ଗତ ୧୮ ତାରିଖ ସକାଳ ୯ ଘଣ୍ଟା ସମୟରେ ଶୌଚ ପାଇଁ ଗାଁ ନିକଟରେ ଥିବା ନାଳ କୁ ଯାଇଥିବା ବେଳେ ଏକାକୀ ପାଇ ନାବାଳିକା କୁ ଦୁଷ୍କର୍ମ କରିଥିଲା. ଏହି ଘଟଣା କେଉଁ ଠାରେ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ସମ୍ପର୍କ ରେ ନାବାଳିକା ର ପରିବାର ପକ୍ଷ ରୁ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା.ପୁଲିସ ଏ ସମ୍ପର୍କ ରେ ଥାନା ରେ ୧୨୩/୨୦୨୬ କେଶ ରୁଜୁ କରିବା ସହ ସବ ଇନିସ୍ପେକର ବୀରେନ୍ଦ୍ର କୁମାର ଦେହୁରୀ ଘଟଣା ର ତଦନ୍ତ କରି ଅଭିଯୁକ୍ତ ସୁଦର୍ଶନ କୁ ଗିରଫ ପରେ ଶୁକ୍ରବାର ଦିନ ନୟାଗଡ ଜିଲ୍ଲା ପସ୍କୋ କୋର୍ଟ ରେ ହଜାର କରିଥିଲେ. ପୀଡିତା ର ଡାକ୍ତରୀ ମଇନା ମଧ୍ୟ କରାଯାଇ ଅଦାଲତ ରେ ବୟାନ ରେକର୍ଡ କରାଯାଇଛି. ଗିରଫ ଅଭିଯୁକ୍ତ ର ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ଚାଲି ଯାଇଛି ବୋଲି ୍ୱାଣିଗୋଚ୍ଛା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି. ବିଡ଼ିଓ ଙ୍କୁ ଟଙ୍କା ମାଗି ଧମକ ଦେବା ଅପରାଧୀ ଅର୍ଜୁନ ଚରଣ ପାଣିଗ୍ରାହୀ ଙ୍କ ଠାରୁ ପ୍ରେସ ଲେଖାଥିବା ହୋଣ୍ଡା ସିଟି କାର ନଂ ଓଡି ୦୨ଟି ୨୮୪୯ କୁ ପୁଲିସ ଜବତ କରିଛି.
