ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ନିକଟସ୍ଥ ରୋଲାଣ୍ଡ କଲେଜ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକାଧିକ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ତୁରନ୍ତ ଆହତମାନଙ୍କୁ ସ୍ଥାନୀୟ ବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଇଛନ୍ତି କ୍ଷ ଘଟଣାସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ କରୁଛି।
