ଭଂଜନଗର: ଅଟୋ ରେ ଗଞ୍ଜେଇ ଚାଲାଣ ବେଳେ, ଖାରିଗୁଡା ଟୋଲ୍ ଗେଟ୍ ନିକଟରେ ଭଂଜନଗର ଅବକାରୀ ବିଭାଗର ଚଢାଉ । ଘଟଣା ସ୍ଥଳରୁ ଅଟୋ ସହ ୨୩ କିଲୋ ଗଞ୍ଜେଇ ଜବତ ହୋଇଛି । ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । କନ୍ଧମାଳ ଜିଲା ନୂଆଗାଁ ରୁ ଭଂଜନଗର ଅଭିମୁଖେ ଅଟୋ (ଓଡି-୧୨ ବି ୨୦୩୩) ରେ ଗଞ୍ଜେଇ ଆସୁଥିବା ସୂଚନା ପାଇଥିଲା ଭଂଜନଗର ଅବକାରୀ ବିଭାଗ । ଖାରିଗୁଡା ଟୋଲ୍ ଗେଟ୍ ନିକଟରେ ଜଗି ରହିଥିଲେ, ଅବକାରୀ ଟିମ୍ । ଅଟୋ ଟି ପହଞ୍ଚିବା ପରେ, ତାହାକୁ ଯାଞ୍ଚ କରିବାରୁ ସେଥିରୁ ୨୩ କିଲୋ ଗଞ୍ଜେଇ ଜବତ ହୋଇଥିଲା । ସେଥିରେ ଥିବା, ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ନୂଆଗାଁ ର ପ୍ରଦୀପ ମଲ୍ଲିକ ଏବଂ ଅଗସ୍ତି ନାୟକ । ଏନେଇ ଅବକାରୀ ଥାନା କେଶ୍ ନମ୍ବର ୧୦୫/୨୬ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା, ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ବିଭୁ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।ଚଢାଇ ଏଏସ ଆଇ ବହୁମୂଲ୍ୟ ପରିଛା ରେମନେରଞନ ସେଠୀ ନିରଦ୍ରର ଶବର ନଟେଶ୍ୱର ପ୍ରଧାନ ଦିପ୍ନରଞନ ସାହୁ ଭାଗ ନେଇଥିଲେ
